ଇସ୍ରାଏଲରେ ଆଉ ଏକ ଅକ୍ଟୋବର ୭ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲା ହେଜବୁଲ୍ଲା : ଆଇଡିଏଫ୍

ହେଜବୁଲ୍ଲାର ଷଡ଼ଯନ୍ତ୍ରକୁ ନେଇ ଇସ୍ରାଏଲ ସେନା ଏକ ବଡ଼ ଖୁଲାସା କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ଡାନିଏଲ ହାଗରି ଦାବି କରିଛନ୍ତି ଯେ ଗତବର୍ଷ ହୋଇଥିବା ଅକ୍ଟୋବର ୭ ରେ ହାମାସ ଆକ୍ରମଣ ଭଳି ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା।

idf

ଜେରୁଜେଲମ: ହେଜବୁଲ୍ଲାର ଷଡ଼ଯନ୍ତ୍ରକୁ ନେଇ ଇସ୍ରାଏଲ ସେନା ଏକ ବଡ଼ ଖୁଲାସା କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ରିୟର ଆଡମିରାଲଡାନିଏଲ ହାଗରି ଦାବି କରିଛନ୍ତି ଯେ ଗତବର୍ଷ ହୋଇଥିବା ଅକ୍ଟୋବର ୭ ରେ ହାମାସ ଆକ୍ରମଣ ଭଳି ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ସମୟରେ ହିଜବୁଲ୍ଲା ଇସ୍ରାଏଲର "ଗାଲିଲ"କୁ ଦଖଲ କରିବାକୁ ଚାହୁଁଥିଲା ଓ ଅକ୍ଟୋବର ୭ ଭଳି ଆଉ ଏକ ହତ୍ୟାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ। ଆଇଡିଏଫର ଏହି ଖୁଲାସା ହଇଚଇ ସୃଷ୍ଟି କରିଛି । ଗାଲିଲ ହେଉଛି ଉତ୍ତର ଇସ୍ରାଏଲର ଏକ ଅଂଚଳ ଯାହାକି ଲେବାନନକୁ ଲାଗିଛି ।

ଆଇଡିଏଫ ମୁଖପାତ୍ର ପ୍ରକାଶ କରିଛନ୍ତି ଯେ ହେଜବୁଲ୍ଲା ଏହାର ଗାଲିଲକୁ ଅଧିକାର କରିବାକୁ ଯୋଜନା କରୁଥିଲା।  ଡାନିଏଲ ହାଗରି କହିଛନ୍ତି ଯେ ହିଜବୁଲ୍ଲା ଅକ୍ଟୋବର ୭ ଶୈଳୀର ଉତ୍ତର ଇସ୍ରାଏଲରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ସେ କହିଛନ୍ତି ଯେ ହିଜବୁଲ୍ଲାର ଏହି ଯୋଜନା ବିଫଳ ହୋଇଥିଲା ଯେତେବେଳେ ଆଇଡିଏଫ ହେଜବୁଲ୍ଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। 

ହମାସ ଆକ୍ରମଣର ପରଦିନ ଅର୍ଥାତ୍ ଅକ୍ଟୋବର ୮ ତାରିଖରେ ହିଜବୁଲ୍ଲା ଇସ୍ରାଏଲ ଉପରେ ବିନା ଉତ୍ତେଜନାରେ ଆକ୍ରମଣ କରିଥିଲା। ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲରେ ହାମାସ ନିଜର ନୃଶଂସ ହତ୍ୟାକାଣ୍ଡ ସହିତ ଆରମ୍ଭ କରିଥିବା ଯୁଦ୍ଧରେ ଯୋଗ ଦେବାକୁ ହେଜବୁଲ୍ଲା ନିଷ୍ପତ୍ତି ନେଇଥିଲା। ସେବେଠାରୁ ହେଜବୁଲ୍ଲା ଇସ୍ରାଏଲ ଉପରେ ୯,୫୦୦ରୁ ଅଧିକ ରକେଟ୍ ଓ କ୍ଷେପଣାସ୍ତ୍ର ନିକ୍ଷେପ କରିସାରିଛି। ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ଯୋଗୁଁ ପ୍ରାୟ ୬୦ ହଜାର ଇସ୍ରାଏଲବାସୀ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe