ସପିଂ ମଲରେ ମହିଳାଙ୍କ ବ୍ୟାଗରୁ ଫୋନ ଚୋରି କଲେ ଯୁବକ, ସିସିଟିଭିରେ ଦେଖନ୍ତୁ କିଭଳି ଚୋରକୁ ବୋକା ବନାଇଲେ ମହିଳା

Advertisment
ସପିଂ ମଲରେ ମହିଳାଙ୍କ ବ୍ୟାଗରୁ ଫୋନ ଚୋରି କଲେ ଯୁବକ, ସିସିଟିଭିରେ ଦେଖନ୍ତୁ କିଭଳି ଚୋରକୁ ବୋକା ବନାଇଲେ ମହିଳା

indiatimes.com

ନୂଆଦିଲ୍ଲୀ: ଆଜିକାଲି ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ କୌଶଳ ଆପଣାଉଛନ୍ତି। କିଭଳି କମ ସମୟ ମଧ୍ୟରେ ଲୋକଙ୍କଠାରୁ ଜିନିଷ ଚୋରି କରିବ, ସେ ନେଇ ନୂଆ ନୂଆ ଉପାୟ ଆପଣାଉଥିବା ଅନେକ ସମୟରେ ଦେଖାଯାଇଛି। ପୂର୍ବରୁ ଅନେକ ଘଟଣା ଆଖି ଆଗକୁ ଆସିଛି, ଯେଉଁଥିରେ ଚୋର ଜିନିଷ ଚୋରି କରି ନେଇ ଯାଉଥିଲେ ମଧ୍ୟ ଲୋକେ ନିଜ ଜିନିଷ ଚୋରି ହେଉଥିବା ନେଇ ଜାଣି ପାରନ୍ତି ନାହିଁ। କିନ୍ତୁ ଏବେ ଯେଉଁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ସେଥିରେ ଜଣେ ଚୋରକୁ ମହିଳା କିଭଳି ବୋକା ବନାଉଛନ୍ତି, ତାହା ଦେଖାଯାଇଛି।

ଜୋହାନ୍ସବର୍ଗରେ ରହୁଥିବା ଜଣେ ମହିଳା ସପିଂ ମଲର ସେହି ସମୟର ସିସିଟିଭି ଭିଡିଓ ସେୟାର କରି ଜଣେ ଚୋର ତାଙ୍କ ଫୋନକୁ ଚୋରି କରିବାକୁ ଚେଷ୍ଟା କରୁଥିବା କଥା ଲେଖିଛନ୍ତି। ଭିଡିଓରେ ଦେଖାଯାଇଛି କି, ମହିିଳାଜଣଙ୍କ କାନ୍ଧରେ କଳା ରଙ୍ଗର ବ୍ୟାଗ୍ ଗଳାଇ ଜିନିଷ କିଣୁଛନ୍ତି। ଏହି ସମୟରେ ଜଣେ ଯୁବକ ଆସି ତାଙ୍କ ବ୍ୟାଗରେ ଥିବା ଫୋନ କାଢ଼ି ନେଉଛନ୍ତି। ମହିଳାଜଣଙ୍କ ଜାଣି ପାରିବେ ନାହିଁ ବୋଲି ଚୋର ଭାବିଥିବା ବେଳେ ମହିଳା ତୁରନ୍ତ ପଛକୁ ବୁଲି ଯୁବକଙ୍କ ହାତରୁ ନିଜ ଫୋନ ଛଡ଼ାଇ ଆଣୁଛନ୍ତି।

ଭିଡିଓର କ୍ୟାପସନରେ ଲେଖାଯାଇଛି କି, ଆଜି ଜଣେ ଚୋର ମୋ ଫୋନ ଚୋରି କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ମୁଁ ତା’ଠାରୁ ପୁଣି ମୋ ଫୋନ ଚୋରି କରି ଦେଇଥିଲି। ସମସ୍ତେ ନିଜ ନିଜ ବ୍ୟାଗର ଚେନ୍ ବନ୍ଦ କରି ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe