ଶପଥ ନେବେ ମୋଦି: ସୁରକ୍ଷା ବଳୟ ଭିତରେ ଜାତୀୟ ରାଜଧାନୀ, ସମ୍ବେଦନଶୀଳ ସ୍ଥାନରେ ସାର୍ପସୁଟର ମୁତୟନ

Advertisment

ଦିଲ୍ଳୀରେ ହାଇ ଆର୍ଲଟ ଜାରି

ଦିଲ୍ଳୀରେ ହାଇ ଆର୍ଲଟ ଜାରି

ଶପଥ ନେବେ ମୋଦି: ସୁରକ୍ଷା ବଳୟ ଭିତରେ ଜାତୀୟ ରାଜଧାନୀ, ସମ୍ବେଦନଶୀଳ ସ୍ଥାନରେ ସାର୍ପସୁଟର ମୁତୟନ

ନୂଆଦିଲ୍ଳୀ: ଆଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୮ ହଜାର ଅତିଥିଙ୍କ ଗହଣରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ୮ ହଜାର ଅତିଥିଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରତିନିଧି। ଏଥିସହ  ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୋଦୀଙ୍କ ଶପଥଗ୍ରହଣ ଉତ୍ସବରେ ଦେଖିବାକୁ ମିଳିବ। ସେହିଭଳି ଦେଶର ନାମୀ ଶିଳ୍ପପତି ଓ ବିଶିଷ୍ଟ ବ୍ୟକ୍ତି ମଧ୍ୟ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ। ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ନୂଆଦିଲ୍ଲୀ, ମଧ୍ୟ ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।

publive-image

ଏହି ୩ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସ ସହ ପାରାମିଲିଟାରୀ ଫୋର୍ସକୁ ମଧ୍ୟ ଏହି ୩ ଅଞ୍ଚଳରେ ମୁତୟନ କରାଯାଇଛି। ପ୍ରତିଟି ଗତିବିଧି ଉପରେ ସୁରକ୍ଷାକର୍ମୀଙ୍କ ତୀକ୍ଷ୍ମ ନଜର ରହିଛି । ଏପରିକି କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୂରା ବନ୍ଦୋବସ୍ତ କରାଯାଇଛି। ଏପରିକି ସମ୍ବେଦନଶୀଳ ସ୍ଥାନରେ ସାର୍ପସୁଟରଙ୍କୁ ମଧ୍ୟ ମୁତୟନ କରାଯାଇଛି। ଯେଉଁମାନେ ପୂରା ଅଞ୍ଚଳ ଉପରେ ନଜର ରଖିଛନ୍ତି। ଏନଏସଜି କମାଣ୍ଡୋଙ୍କ ରାଡାରରେ ରହିବ ପୂରା ଅଞ୍ଚଳ। ଖାସକରି ଶପଥ ଗ୍ରହଣ ଉତ୍ସବ ହେଉଥିବା ରାଷ୍ଟ୍ରପତି ଭବନରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ପାସଧାରୀ ବ୍ୟକ୍ତିମାନେ ରାଷ୍ଟ୍ରପତି ଭବନ ମାର୍ଗରେ ଯାତାୟତ କରିପାରିବେ ସାଧାରଣ ଲୋକଙ୍କ ପାଇଁ ଏହି ମାର୍ଗ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe