ତାମିଲନାଡ଼ୁରେ ହାଇ ଆଲର୍ଟ, ଅନୁପ୍ରବେଶ କରିଛନ୍ତି ୬ ଆତଙ୍କବାଦୀ

Advertisment

ପୁଲିସ ଜାରିକଲା ଫଟୋ

ପୁଲିସ ଜାରିକଲା ଫଟୋ

ତାମିଲନାଡ଼ୁରେ ହାଇ ଆଲର୍ଟ, ଅନୁପ୍ରବେଶ କରିଛନ୍ତି ୬ ଆତଙ୍କବାଦୀ

ନୂଆଦିଲ୍ଲୀ: ତାମିଲନାଡ଼ୁରେ ଏବେ ହାଇ ଆଲର୍ଟ ଜାରି ହୋଇଛି। ଶ୍ରୀଲଙ୍କା ଦେଇ ତାମିଲନାଡ଼ୁକୁ ୬ ଏଲ୍‌ଇଟି ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂ୍ତ୍ରରୁ ଜଣାପଡ଼ିଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି। ତାମିଲନାଡ଼ୁର ସମସ୍ତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଗତରାତିରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିଭିନ୍ନ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି। ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଆଜି ଏଡିଜି ଜୟନ୍ତ ମୁରଲି କୋଏମ୍ବାଟୁର୍‌ର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କୋଏମ୍ବାଟୁର୍‌ରେ ପୁଲିସ ୧୩୦୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛି। ରେଳ ଷ୍ଟେସନ୍‌, ବସ୍‌ ଷ୍ଟାଣ୍ଡ୍‌ ଏବଂ ବିମାନ ବନ୍ଦରରେରେ ମଧ୍ୟ ସୁରକ୍ଷା ବନ୍ଦୋବସ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟର ୮ଟି ଜିଲ୍ଲାରେ ଅତିରିକ୍ତ ୮,୦୦୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତାମିଲନାଡ଼ୁ ପୁଲିସ ପକ୍ଷରୁ ଆଜି ଏକ ଆତଙ୍କବାଦୀର ଫଟୋ ଜାରି କରାଯାଇଛି। ତେବେ ଗୁଇନ୍ଦା ସୂତ୍ରରୁ କୁହାଯାଇଛି ଯେ ୬ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ‌ବେଳେ ଅନ୍ୟମା‌ନେ ଶ୍ରୀଲଙ୍କାର ତାମିଲ ମୁସଲିମ୍‌। ପାକିସ୍ତାନୀ ଆତଙ୍କବାଦୀକୁ ଇଲିୟାସ୍‌ ଅନୱର ବୋଲି ଚିହ୍ନଟ କରାଯାଇଛି। ଗତ ସପ୍ତାହରେ ବେଙ୍ଗାଲୁରୁରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆଲର୍ଟ ଜାରି ହୋଇଥିଲା। ପଶ୍ଚିମ ଏବଂ ପୂର୍ବ ସମୁଦ୍ର ପଥରେ ମଧ୍ୟ ନୌସେନା କଡ଼ା ସତର୍କତା ଅବଲମ୍ବନ କରିଛନ୍ତି। ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ପଂଜାବରେ ମଧ୍ୟ କେତେକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe