ବାତ୍ୟା ‘ରାଗାସା’ ପାଇଁ ଫିଲିପାଇନ୍ସରେ ହାଇଆଲର୍ଟ

ଚଳିତ ବର୍ଷର ସବୁଠୁ ବଡ଼ ସାମୁଦ୍ରିକ ଝଡ଼ ‘ରାଗାସା’କୁ ନେଇ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଫିଲିପାଇନ୍ସର ଉତ୍ତର ଭାଗ ଆଡ଼େ ଟାଇଫୁନ୍ ମୁହାଁଉଥିବାବେଳେ ପୂର୍ବ ତଥା ଦକ୍ଷିଣ...

Untitled-10

Photograph: (https://en.vietnamplus.vn/)

ମାନିଲା: ଚଳିତ ବର୍ଷର ସବୁଠୁ ବଡ଼ ସାମୁଦ୍ରିକ ଝଡ଼ ‘ରାଗାସା’କୁ ନେଇ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଫିଲିପାଇନ୍ସର ଉତ୍ତର ଭାଗ ଆଡ଼େ ଟାଇଫୁନ୍ ମୁହାଁଉଥିବାବେଳେ ପୂର୍ବ ତଥା ଦକ୍ଷିଣ ପୂର୍ବ ଏସିଆରେ ଏନେଇ ଆଲର୍ଟ ଜାରି ହୋଇଛି। ସୋମବାର ସକାଳେ ଏହା ପୂର୍ବ-ଦକ୍ଷିଣ-ପୂର୍ବ ହଂକଂଠାରୁ ୧୦୦୦ କିମି ଦୂରରେ ଥିବାବେଳେ ପଶ୍ଚିମ ଦିଗରେ ୨୩ କିମି ବେଗରେ ଆଗକୁ ବଢ଼ୁଥିଲା। ଫିଲିପାଇନ୍ସରେ ଏହା ସିଧାସଳଖ ଲ୍ୟାଣ୍ଡଫଲ କରୁନଥିଲେ ମଧ୍ୟ ଉତ୍ତର ଲ୍ୟୁଜନରେ ଅତ୍ୟଧିକ ବର୍ଷା ସମ୍ଭାବନା ଥିବା ଯୋଗୁ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି। ବର୍ଷା ପରିମାଣ ୪୦୦ ମିମି ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ସମୁଦ୍ରରେ ୩ ମିଟର ଉଚ୍ଚରେ ଜୁଆର ଆସିବାର ସମ୍ଭାବନା ରହିଛି।
 ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ରାଗାସା କାଗାୟାନ ପ୍ରଦେଶର କାଲାୟାନ ଦ୍ବୀପରେ ସ୍ଥଳଭାଗ ଛୁଇଁଛି।  ଏହାର ପ୍ରଭାବରେ ୨୧୫ କିମି ବେଗରେ ପବନ ବହୁଛି। ସ୍ଥଳ ବିଶେଷରେ ଝଟକା ପବନର ବେଗ ଘଣ୍ଟାକୁ ୨୯୫ କିମି ରହିଛି। ପ୍ରବଳ ବର୍ଷା ଓ ପବନକୁ ଦେଖି ବାବୁଆନ୍ ଦ୍ବୀପ ବାସିନ୍ଦାଙ୍କୁ ବାହାରକୁ ନ ବାହାରିବା ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। 

ପ୍ରଶାସନ ପକ୍ଷରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଫିଲିଫାଇନ୍ସର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଅତ୍ୟଧିକ ବେଗରେ ପବନ ଲାଗି ରହିଛି। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଦେଶର ବିପର୍ଯ୍ୟୟ ମୁକାବିଲା ସଂସ୍ଥାଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନିଲାରେ ସରକାର ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ ବନ୍ଦ ରଖିଛନ୍ତି। ବାତ୍ୟା ଯୋଗୁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ, ବନ୍ୟା ଓ ସମୁଦ୍ର ଅଶାନ୍ତ ହେବା ଆଶଙ୍କା ରହିଛି। ଏୟାରଲାଇନ୍ସ ପକ୍ଷରୁ ବିମାନ ସେବା ବାତିଲ କରାଯାଇଛି। ବାତ୍ୟାର ବ୍ୟାପକ ପ୍ରଭାବ ହଂକଂ, ଭିଏତନାମ, ତାଇୱାନ ଓ ଦକ୍ଷିଣ ଚୀନରେ ଦେଖିବାକୁ ମିଳିଛି। ତାଇୱାନର ପୂର୍ବ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି। ଦେଶରେ ୧୪୬ଟି ଘରୋଇ ବିମାନ ବାତିଲ କରାଯାଇଛି। ପାହାଡ଼ିଆ ଦକ୍ଷିଣ ଓ ପୂର୍ବାଞ୍ଚଳରୁ ୯୦୦  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe