ଫିରୋଜପୁରଠାରେ ଜୈଶ୍‌-ଇ-ମହମ୍ମଦ୍‌ର ଆତଙ୍କବାଦୀ ପଶି ଆସିଥିବା ସନ୍ଦେହ; ପଞ୍ଜାବରେ ହାଇ ଆର୍ଲଟ ଜାରି

Advertisment
ଫିରୋଜପୁରଠାରେ ଜୈଶ୍‌-ଇ-ମହମ୍ମଦ୍‌ର ଆତଙ୍କବାଦୀ ପଶି ଆସିଥିବା ସନ୍ଦେହ; ପଞ୍ଜାବରେ ହାଇ ଆର୍ଲଟ ଜାରି

ଚଣ୍ଡିଗଡ଼: ପଞ୍ଜାବର ଫିରୋଜପୁରଠାରେ ୬-୭ ଜଣ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ପଶି ଆସିଥିବା ବେଳେ ଗୁଇନ୍ଦା ସଂସ୍ଥା ପକ୍ଷରୁ ମଙ୍ଗଳବାର ହାଇ ଆର୍ଲଟ ଜାରି କରାଯାଇଛି। ଆତଙ୍କବାଦୀମାନେ ପଞ୍ଜାବର ଫିରୋଜପୁର ଜିଲ୍ଳାରୁ ଦିଲ୍ଲୀ ଯିବା ପାଇଁ ଯୋଜନା କରିଥିବା ସୂଚନା ରହିଛି। ଏଥିପାଇଁ ପଞ୍ଜାବର ପୁଲିସ୍‌ ବିଭାଗ ମଧ୍ୟ ବିଭିନ୍ନ ଧରଣର ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ଦେଇଛି। ସଂପୃକ୍ତ ଅଞ୍ଚଳ ସମେତ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ ସହ ପାକିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ସଜାଗ ରହିଛନ୍ତି।

ଜମ୍ମୁ-କଶ୍ମୀରରେ ରହୁଥିବା ଜଣେ ବ୍ୟକ୍ତିଙ୍କର କାର୍‌କୁ ଚାରି ଜଣ ସଂଦିଗ୍ଧ ଆତଙ୍କବାଦୀ ପଠାଣକୋଟର ମାଧପୁର ଅଞ୍ଚଳରୁ ମଙ୍ଗଳବାର ବଳପୂର୍ବକ ଛଡ଼ାଇ ନେଇ ଫେରାର୍‌ ହୋଇଯିବା ପରଦିନ ଏହି ଆଲର୍ଟ ଜାରି କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଦିନ ସଂଦିଗ୍ଧ ଆତଙ୍କବାଦୀମାନେ ଜମ୍ମୁରୁ ପଠାଣକୋଟ ଯାତ୍ରା କରିବ ପାଇଁ ଏକ ଟାକ୍ସି ଡାକିଥିଲେ। ଟାକ୍ସି ଚାଳକ ସେମାନଙ୍କୁ ଜମ୍ମୁ ଷ୍ଟେସନ୍‌ରୁ ପଠାଣକୋଟ ପର୍ଯ୍ୟନ୍ତ ନେଇ ଯାଉଥିଲେ। ମାତ୍ର ମାଧପୁରଠାରେ ସେମାନେ ଉକ୍ତ ଚାଳକଙ୍କୁ ଧକ୍କା ଦେଇ ବାହାରକୁ ଫୋପାଡ଼ି ଦେଇ ଗାଡ଼ି ନେଇ ଫେରାର୍‌ ହୋଇ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଅକ୍ଟୋବର ୧୯ ଓ ୨୦ ତାରିଖରେ ପାକ୍‌-ଅଧିକୃତ-କଶ୍ମୀରଠାରେ ଜୈଶ୍‌-ଇ-ମହମ୍ମଦ୍‌ର ଆତଙ୍କବାଦୀମାନେ ଦୁଇ ଥର ଆତ୍ମଘାତୀ ଆକ୍ରମଣ ଘଟାଇ ଆତଙ୍କ ସୃଷ୍ଟି କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe