ସିନ୍ଦେ ଗୋଷ୍ଠୀକୁ ଝଟ୍‌କା: ଠାକରେଙ୍କ ନେତୃତ୍ବାଧୀନ ଶିବସେନାକୁ ଦଶହରା ରାଲି ପାଇଁ ଅନୁମତି ଦେଲେ ହାଇକୋର୍ଟ

Advertisment
ପୁଣି ଆରମ୍ଭ ହୋଇପାରେ ମହାରାଷ୍ଟ୍ର ନାଟକ, ଉଦ୍ଧବଙ୍କ ସହ ସମ୍ପର୍କ ରଖିବା ଆରମ୍ଭ କଲେଣି ସିନ୍ଦେଙ୍କ ବିଧାୟକ!

ମୁମ୍ବାଇ : ବମ୍ବେ ହାଇକୋର୍ଟରେ ଶୁକ୍ରବାର ଦିନ ଏକନାଥ ସିନ୍ଦେଙ୍କ ‌‌ନେତୃତ୍ବାଧୀନ ଶିବସେନା ଗୋଷ୍ଠୀକୁ ଶକ୍ତ ଝଟ୍‌କା ଲାଗିଛି। ଅନ୍ୟପକ୍ଷେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା‌ ଗୋଷ୍ଠୀର ବିଜୟ ହୋଇଛି। ଆସନ୍ତା ଅକ୍ଟୋବର ୫ରେ ମୁମ୍ବାଇର ଶିବାଜୀ ପାର୍କରେ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଦଶହରା ରାଲି କରିବ। ପୂର୍ବରୁ ଦଶହରା ରାଲି ସଂକ୍ରାନ୍ତରେ ପୌର କମିସନର ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଆବେଦନକାରୀଙ୍କ ଆବେଦନ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ସମୟରେ ବିଏମ୍‌ସି କ୍ଷମତାର ଅପବ୍ୟବହାର କରିଛି ବୋଲି ହାଇକୋର୍ଟ ହୃଦ୍‌ବୋଧ କରିବାପରେ ଠାକ୍‌ରେ ଗୋଷ୍ଠୀକୁ ଅନୁମତି ଦେଇଛନ୍ତି। ଉଦ୍ଧବଙ୍କ ନେତୃତ୍ବାଧୀନ ମେଣ୍ଟ ପୁନର୍ବାର ବିଏମ୍‌ସି ୱାର୍ଡ ଅଫିସରଙ୍କୁ ଦଶହରା ରାଲି ପାଇଁ ଅନୁମତି ମାଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ସମସ୍ତ କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ ହେବ ଏବଂ ଯଦି ଆବେଦନକାରୀ କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଦାୟୀ ରୁହନ୍ତି ତେବେ ଏହା ଭବିଷ୍ୟତରେ ସେମାନଙ୍କ ଅନୁମତି ଉପରେ ପ୍ରଭାବ ପକାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe