ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏଣିକି ‘ସାର୍’‌ ସମ୍ବୋଧନ କରାଯିବ

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

କୋଲକାତା: କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏଣିକି ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡସିପ୍‌’ ପରିବର୍ତ୍ତେ ‘ସାର୍’ ସମ୍ବୋଧନ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲା ନ୍ୟାୟାଳୟ ଏବଂ ରେଜିଷ୍ଟ୍ରୀ ଷ୍ଟାଫ୍‌ ମୁଖ୍ୟ ବିଚାରପତିଙ୍କୁ ସାର୍‌ ବୋଲି ସମ୍ବୋଧନ କରିବେ। ଏହି ନିର୍ଦ୍ଦେଶ ନିଜେ ମୁଖ୍ୟ ବିଚାରପତି ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ସମସ୍ତ ଜିଲ୍ଲା ନ୍ୟାୟାଳୟ ଏବଂ ମୁଖ୍ୟ ବିଚାରପତିମାନଙ୍କୁ ଇ-ମେଲ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ଇ-ମେଲ୍‌ରେ ଲେଖା ଅଛି, ମୁଖ୍ୟ ବିଚାରପତିଙ୍କ ଇଚ୍ଛା ଜିଲ୍ଲା ନ୍ୟାୟାଧୀଶ, ରେଜିଷ୍ଟ୍ରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ନ୍ୟାୟାଳୟ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଅନ୍ୟମାନଙ୍କ ଭଳି ତାଙ୍କୁ ‘ସାର୍‌’ ବୋଲି ସମ୍ବୋଧନ ରନ୍ତୁ। ସେ ଚାହୁଁ ନାହାନ୍ତି ଚିରାଚରିତ ପ୍ରଥାରେ କେହି ତାଙ୍କୁ ‘ମାଇଁ ଲର୍ଡ’ ଶବ ‘ଲର୍ଡସିପ୍‌’ କୁହନ୍ତୁ। ଏହି ନିର୍ଦ୍ଦେଶ ନ୍ୟାୟାଳୟ ଏବଂ ପ୍ରଶାସନିକ ସ୍ତରରେ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe