୨୯ ବର୍ଷ ପୁରୁଣା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

୨୯ ବର୍ଷ ପୁରୁଣା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

NewsNation

ଚଣ୍ଡିଗଡ଼: ଏକ ୨୯ ବର୍ଷ ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ଆଜି (ମଙ୍ଗଳବାର) ପଞ୍ଜାବ- ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସ୍ଥାନାନ୍ତର କରିବାକୁ ସେ କରିଥିବା ଅନୁରୋଧକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପଞ୍ଜାବ ପୁଲିସର ସୂଚନାନୁସାରେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁମେଦ ସିଂ ସାଇନି ଚଣ୍ଡିଗଡ଼ ବାସଭବନ ଛାଡିବା ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲେ। ଗତ ୧୯୯୧ରେ ଜଣେ ଜୁନିୟର ଇଞ୍ଜିନିୟରଙ୍କ ଅପହରଣ ଓ ନିଖୋଜ ଘଟଣାରେ ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ ସୁମେଦ ସିଂ ସାଇନି ଅଭିଯୁକ୍ତ ଥିଲେ।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଗତ ୧୯୯୧ରେ, ଚଣ୍ଡିଗଡ଼ର ତତ୍କାଳୀନ ବରିଷ୍ଠ ପୁଲିସ୍‌ ଅଧୀକ୍ଷକ ଥିବାବେଳେ ଶ୍ରୀ ସାଇନିଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଚଣ୍ଡିଗଡ଼ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ର ଜୁନିୟର ଇଞ୍ଜିନିୟର ବଲୱନ୍ତ ସିଂ ମୁଲତାନୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ପୁଲିସ ଦାବି କରିଥିଲା ଯେ ମୁଲତାନୀ ହେପାଜତରୁ ଖସି ପଳାଇଛନ୍ତି। ସେବେଠାରୁ ସେ ନିଖୋଜ ଥିଲେ।

publive-image NDTV

ତେବେ, ବଲୱନ୍ତ ମୁଲତାନୀଙ୍କ ଭାଇ ପାଲବିନ୍ଦର ସିଂ ମୁଲତାନୀଙ୍କ ଅଭିଯୋଗକୁ ଭିତ୍ତି କରି ମେ ମାସରେ ଶ୍ରୀ ସାଇନି ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଏବଂ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି) ଗଠନ କରା ଯାଇ ଥିଲା। ଚଣ୍ଡିଗଡ଼ର ଅନ୍ୟ ଦୁଇଜଣ ପୂର୍ବତନ ପୁଲିସ କର୍ମଚାରୀ ମଧ୍ୟ ଏହି ମାମଲାରେ ସଂପୃକ୍ତ ଅଛନ୍ତି। ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ସାଇନି ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇଯିବା ସହ ଆଗୁଆ ଜାମିନ ପାଇଁ ପଞ୍ଜାବ- ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe