Image Courtesy of Deccan Herald
ନୂଆଦିଲ୍ଲୀ: ପୋଷା କୁକୁର ହଜିଯିବାରୁ ଦିଲ୍ଲୀ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ତାଙ୍କ ବାସଭବନରେ କର୍ତ୍ତବ୍ୟରତ ସୁରକ୍ଷାକର୍ମୀଙ୍କ (ପୁଲିସ) ଉପରେ ରାଗ ଶୁଝାଇବାକୁ ଯାଇ ସେମାନଙ୍କୁ ନିଲମ୍ବନ କରିବା ଲାଗି ଦାବି କରିଥିବା କଥା ଶନିବାର ଦିନ ପୁଲିସ କହିଛି।
ସେ କହିଛନ୍ତି ଯେ, ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ତାଙ୍କ ପାଳିତ କୁକୁରଟି ଖୋଲା ଗେଟ୍ ବାଟେ ବାହାରକୁ ଯାଇ ହଜିଗଲା।
କିନ୍ତୁ, ରାଗ ଶାନ୍ତ ହେବା ପରେ ଗୌରାଙ୍ଗ କଣ୍ଠ ନାମକ ଦିଲ୍ଲୀ ହାଇକୋର୍ଟର ସେ ପୂର୍ବତନ ବିଚାରପତି କହିଛନ୍ତି ଯେ, ସୁରକ୍ଷାକର୍ମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ।
କାରଣ, ରାଗରେ ବିଚାରପତି କଣ୍ଠ ସହରର ଶୀର୍ଷସ୍ତରୀୟ ପୁଲିସ ଅଧିକାରୀଙ୍କ ନିକଟକୁ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରିବା ଲାଗି ଚିଠି ଲେଖିଥିଲେ। ଚିଠିରେ ସେ ଲେଖିଥିଲେ ଯେ, ତାଙ୍କ ବଙ୍ଗଳାରେ ନିଯୁକ୍ତ ସୁରକ୍ଷାକର୍ମୀମାନେ ଗେଟ୍ ବନ୍ଦ କରି ନ ଥିବାରୁ ତାଙ୍କ ପୋଷା କୁକୁର ହଜିଗଲା।
Image Courtesy of Deccan Heraldନିଖୋଜ କୁକୁରଟି ଦିଲ୍ଲୀ ରାସ୍ତାରେ କୁଆଡ଼େ ହଜିଗଲା କି, ଗାଡ଼ି ଚାପାରେ ମରିଗଲା ତାହା ଜଣାପଡ଼ିନାହିଁ। କିନ୍ତୁ, ବିଚାରପତି କଣ୍ଠ ଜୁନ୍ ୧୨ ତାରିଖ ଦିନ ‘ଜଏଣ୍ଟ୍ ପୋଲିସ୍ କମିସନର୍’ଙ୍କୁ ଲେଖିଥିବା ଉକ୍ତ ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି ଜଣେ କହିଛନ୍ତି, ଗତ ମାସରେ ବିଚାରପତି କଣ୍ଠ ତାଙ୍କ ପାଖକୁ ଉକ୍ତ ଚିଠି ଲେଖିଥିଲେ। କିନ୍ତୁ, ପରେ ସେ ପୁଲିସକୁ କହିଲେ ଯେ, ତାଙ୍କ ବାସଭବନରେ ନିଯୁକ୍ତ କୌଣସି ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହାନ୍ତି ନାହିଁ।
ସୂଚନାଯୋଗ୍ୟ, ଅଳ୍ପ ଦିନ ପୂର୍ବେ ବିଚାରପତି କଣ୍ଠ କାଲ୍କାଟା ହାଇକୋର୍ଟକୁ ବଦଳି ହୋଇଛନ୍ତି।
Follow Us