ପଂଜାବ ସରକାର ଉପରେ ବର୍ଷିଲେ ହାଇକୋର୍ଟ: ୮୦ ହଜାର ପୁଲିସ କ’ଣ କରୁଥିଲେ?

Advertisment

ଅମୃତପାଲ ଖସିଯିବା ରାଜ୍ୟ ପୁଲିସର ବଡ଼ ବିଫଳତା, ଜର୍ଜିଆରେ ଆଇଏସ୍‌ଆଇ ଦ୍ବାରା ତାଲିମ ନେଇଛି ଅମୃତପାଲ

ଅମୃତପାଲ ଖସିଯିବା ରାଜ୍ୟ ପୁଲିସର ବଡ଼ ବିଫଳତା, ଜର୍ଜିଆରେ ଆଇଏସ୍‌ଆଇ ଦ୍ବାରା ତାଲିମ ନେଇଛି ଅମୃତପାଲ

ପଂଜାବ ସରକାର ଉପରେ ବର୍ଷିଲେ ହାଇକୋର୍ଟ: ୮୦ ହଜାର ପୁଲିସ କ’ଣ କରୁଥିଲେ?

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହର ପତ୍ତା ମିଳୁନି। ଲଗାତାର ୪ ଦିନ ଧରି ପୁଲିସ ବିଶାଳ ଅପରେସନ୍‌ ଜାରି ରଖିଛି। ଗୁଇନ୍ଦା ବିଭାଗ ବି ସକ୍ରିୟ ରହିଛି। କିନ୍ତୁ ଅମୃତପାଲକୁ ଗିରଫ କରାଯାଇପାରିନି। ଆଜି ଏହି ପ୍ରସଙ୍ଗରେ ପଂଜାବ ଓ ହରିୟାଣା ହାଇକୋର୍ଟ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ହାଇକୋର୍ଟ କହିଛନ୍ତି, ଅମୃତପାଲ୍‌ ସିଂହକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ କେମିତି ଗିରଫ ହେଲେ। ଯଦି ଅମୃତପାଲ ଖସିଗଲା ତେବେ ଏହା ଗୁଇନ୍ଦା ବିଫଳତା। କୋର୍ଟ କହିଛନ୍ତି, ତୁମର ୮୦ ହଜାର ପୁଲିସ ଥିଲେ। ସେମାନେ କ’ଣ କରୁଥିଲେ। ଅମୃତପାଲ ସିଂହ ଖସିଲା କେମିତି । ଏହା ରାଜ୍ୟ ପୁଲିସର ବଡ଼ ବିଫଳତା ବୋଲି କୋର୍ଟ କହିଛନ୍ତି। ଅମୃତପାଲ ସିଂହକୁ କୋର୍ଟରେ ହାଜର କରାଇବା ସଂକ୍ରାନ୍ତ ହବିୟସ୍‌ କର୍ପ‌ସ ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ପଂଜାବ ପୁଲିସ ଆଜି କୋର୍ଟରେ କହିଛି ଯେ ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ଶନିବାରଠାରୁ ଅପରେସନ୍‌ ଆରମ୍ଭ ହୋଇଛି। ପୁଲିସ ଅମୃତପାଲର ୧୨୦ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। କିନ୍ତୁ ଅମୃତପାଲ ଖସି ପଳାଇଛି। ଅମୃତପାଲ ସିଂହ ବିରୋଧରେ ଏନ୍‌ଏସଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ ହୋଇଛି ବୋଲି ପଂଜାବ ସରକାର ଆଜି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।

ଜର୍ଜିଆରେ ଆଇଏସ୍‌ଆଇ ଦ୍ବାରା ତାଲିମ ନେଇଛି ଅମୃତପାଲ, ଘରୋଇ ସେନା ଗଠନ କରିଥିଲା

ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହ ପାକିସ୍ତାନୀ ଗୁଇନ୍ଦ‌ା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ଜର୍ଜିଆରେ ତାଲିମ ନେଇଛି। ଏସ୍‌‌ଏଫ୍‌ଜେ (ଶିଖ୍‌ସ ଫର ଜଷ୍ଟିସ) ସହ ତା’ର ଘନିଷ୍ଠ ସମ୍ପୃକ୍ତି ରହିଛି। ସେ ନିଜର ଏକ ସ୍ବତନ୍ତ୍ର ସେନା ଗଠନ କରିଥିଲା। ସୀମାନ୍ତ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିବାପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିବାବେଳେ ଅମୃତପାଲ ପାକ୍‌ ଆଇଏସ୍‌ଆଇ ଦ୍ବାରା ତାଲିମ ନେଇଛି। ପଂଜାବରେ ହିଂସା ଓ ଅରାଜକତା ସୃଷ୍ଟି କରିବାପାଇଁ ଦୁବାଇରେ ସମଗ୍ର ଷଡ଼ଯନ୍ତ୍ର ରଚାଯାଇଥିଲା। ଆଇଏସ୍‌ଆଇ ଦ୍ବାରା ତାଲିମ ପାଇଁ ତାକୁ ଜର୍ଜିଆ ପଠାଯାଇଥିଲା। ଅମୃତପାଲ ମଧ୍ୟ ସୋସିଆଲ ମିଡିଆରେ ଏସଏଫ୍‌ଜେ ପାଇଁ କାର୍ଯ୍ୟ କରିଛି। ମିଳିଥିବା ସୂଚନାନୁଯାୟୀ ଅମୃତପାଲ ମଧ୍ୟ ଦେଶରେ ଡ୍ରଗ୍ସ ଚୋରାଚାଲାଣ ନେଟୱର୍କ ପରିଚାଳନା କରିଥିଲା। ଡ୍ରଗ୍ସ ଚୋରାଚାଲାଣକାରୀଙ୍କ ସହ ତା’ର ସମ୍ପୃକ୍ତି ରହିଛି। ପଂଜାବରେ ଅମୃତପାଲ ବ୍ୟବହାର କରୁଥିବା ମର୍ସିଡିଜ୍‌ କାର ତାକୁ ଜଣେ ଡ୍ରଗ୍‌ ଡିଲର ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe