ରାଜସ୍ଥାନ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Advertisment

ଅଲୱର ଗଣଦୁଷ୍କର୍ମ ମାମଲା

ଅଲୱର ଗଣଦୁଷ୍କର୍ମ ମାମଲା

ରାଜସ୍ଥାନ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

www.ndtv.com

ଜୟପୁର : ରାଜସ୍ଥାନର ଅଲୱର ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ତେଜିବା ଏବଂ ରାଜନେତାମାନେ ଏହି ମାମଲାକୁ ପରସ୍ପରକୁ ଦୋଷାରୋପ କରିବା ପରେ ଏବେ ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଖାଲି ଅଲୱର ଗଣଦୁଷ୍କର୍ମ ଘଟଣା ନୁହେଁ ରାଜ୍ୟରେ ନିକଟରେ ଘଟିଥିବା ଅନ୍ୟ ଗଣଦୁଷ୍କର୍ମ ଘଟଣା ନେଇ ‌ଯୋଧପୁର ହାଇକୋର୍ଟ ରାଜସ୍ଥାନ ସରକାରଙ୍କୁ ନୋଟିସ୍‌ କରିଛନ୍ତି ଏବଂ ତୁରନ୍ତ ଏବାବଦରେ ସବିଶେଷ ବିବରଣୀ ରଖିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୨୬ ତାରିଖରେ ଅଲୱରରେ ଜଣେ ଦଳିତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ଆଗରେ ଗଣଦୁଷ୍କର୍ମ କରାଯାଇଥିଲା। ଅଲୱର ଗଣଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବସପା ସୁପ୍ରିମୋ ମାୟାବତୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା। ଏପରିକି ଏହି ମାମଲାରେ ମାୟାବତୀ ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ‌ଯାଇ ମୋଦୀଙ୍କୁ ଗାଳି ଦେଇଥିଲେ। ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଅଲୱର ପୀଡ଼ିତାଙ୍କୁ ସାକ୍ଷାତ କରିଛନ୍ତି। ଏବେ ହାଇକୋର୍ଟ ଏହି ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଅଲୱର ଗଣଦୁଷ୍କର୍ମ ସହ ନିକଟରେ ରାଜ୍ୟରେ ଘଟିଥିବା ଅନ୍ୟ ଦୁଷ୍କର୍ମ ଘଟଣା ଗୁଡ଼ିକରେ ମଧ୍ୟ ରିପୋର୍ଟ ମାଗିଛନ୍ତି। ଗତ ମେ’ ୭ ତାରିଖରେ ମଧ୍ୟ ରାଜସ୍ଥାନର କାଠୁମାର ହସ୍ପିଟାଲ୍‌ରେ ଅନ୍ୟ ଜଣେ ଦଳିତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଚିତ୍ତୋରଗଡ଼ରେ ଜଣେ ୫ ବର୍ଷୀୟା ଶିଶୁଙ୍କ ସହ ମଧ୍ୟ ଅନୁରୂପ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe