ରାଜସ୍ଥାନ ସରକାରଙ୍କ ଉପରେ ବର୍ଷି‌ଲେ ହାଇକୋର୍ଟ: ଲୋକଙ୍କୁ ଗାଈଗୋରୁ ଭଳି ବିବେଚନା କରିପାରିବନି

Advertisment

ରାଜସ୍ଥାନରେ ଏବେ ଗ୍ରୀଷ୍ମଲହର ଜାରି ରହିଛି।   ଗ୍ରୀଷ୍ମ ପ୍ରକୋପ କବଳରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ତତ୍କାଳ ସମା‌ଧାନ ବାହାର କରିବାକୁ ଆଜି ହାଇକୋର୍ଟ ନିଜଆଡ଼ୁ ତତ୍ପରତା ଦେଖାଇ ଏହି ପ୍ରସଙ୍ଗରେ ହସ୍ତ‌କ୍ଷେପ କରିଛନ୍ତି।

ରାଜସ୍ଥାନରେ ଏବେ ଗ୍ରୀଷ୍ମଲହର ଜାରି ରହିଛି।   ଗ୍ରୀଷ୍ମ ପ୍ରକୋପ କବଳରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ତତ୍କାଳ ସମା‌ଧାନ ବାହାର କରିବାକୁ ଆଜି ହାଇକୋର୍ଟ ନିଜଆଡ଼ୁ ତତ୍ପରତା ଦେଖାଇ ଏହି ପ୍ରସଙ୍ଗରେ ହସ୍ତ‌କ୍ଷେପ କରିଛନ୍ତି।

ଲୋକାୟୁକ୍ତ ଖୋଜା ଆରମ୍ଭ: ଚର୍ଚ୍ଚାରେ ତିନି ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ନାମ

ଜୟପୁର: ରାଜସ୍ଥାନରେ ଏବେ ଗ୍ରୀଷ୍ମଲହର ଜାରି ରହିଛି।   ଗ୍ରୀଷ୍ମ ପ୍ରକୋପ କବଳରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ତତ୍କାଳ ସମା‌ଧାନ ବାହାର କରିବାକୁ ଆଜି ହାଇକୋର୍ଟ ନିଜଆଡ଼ୁ ତତ୍ପରତା ଦେଖାଇ ଏହି ପ୍ରସଙ୍ଗରେ ହସ୍ତ‌କ୍ଷେପ କରିଛନ୍ତି। ଚରମ ତାପମାତ୍ରାର ମୁକାବିଲା କରିବା ପାଇଁ ସରକାର କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ  ହାଇକୋର୍ଟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।  ଜଷ୍ଟିସ ଅନୁପ କୁମାର ଧଣ୍ଡ୍‌ କହିଛନ୍ତି ରାଜ୍ୟର ଲୋକମାନେ ଅତି ସାଂଘାତିକ ଗ୍ରୀଷ୍ମଲହରକୁ ସାମ୍ନା କରୁଛନ୍ତି ଏବଂ ଅନେକ ଲୋକଙ୍କୁ ଅଂଶୁଘାତ ହେଉଛି।  ରାଜ୍ୟର ଲୋକମାନଙ୍କୁ ଏମିତି ‌ଗାଈଗୋରୁ ଭଳି ବିବେଚନା କରାଯାଇପାରିବନି।  ମଣିଷ ହୁଅନ୍ତୁ କି ପଶୁ ସମସ୍ତଙ୍କର ଜୀବନ ଜିଇଁବାର ଅଧିକାର ରହିଛି।  ଏଭଳି ଜଟିଳ ସ୍ଥିତି ସମୟରେ ରାଜ୍ୟ ସରକାରଙ୍କ ମନ୍ଥରତା ପ୍ରତି କୋର୍ଟ ଆଖି ବୁଜି ଦେଇପାରିବେନି। ଏକ ଜନମଙ୍ଗଳ ରାଜ୍ୟ ଏବଂ ଏହାର ଅଧିକାରୀମାନେ ନିଜ କର୍ତ୍ତବ୍ୟରୁ ଖସି ଯାଇପାରିବେନି ବୋଲି ହାଇକୋର୍ଟ କହିଛନ୍ତି।  

ଗ୍ରୀଷ୍ମଲହର ସଙ୍କଟ

ଉଲ୍ଲେଖଯୋଗ୍ୟ,  ୨୦୨୪ରେ ମଧ୍ୟ ହାଇକୋର୍ଟ ଏହି ମାମଲାରେ ନିଜ ଆଡ଼ୁ ହସ୍ତ‌କ୍ଷେପ କରି ରାଜ୍ୟ ସରକାଙ୍କୁ ଗ୍ରୀଷ୍ମପ୍ରବାହ ସଙ୍କଟର ସମାଧାନ କରିବାପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ପାଣି ଛିଞ୍ଚିବାଠାରୁ ଆରମ୍ଭ କରି ଥଣ୍ଡା ସ୍ଥାନ ପ୍ରଦାନ କରିବା ଏବଂ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ସେଡ୍‌ ପ୍ରଦାନ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।   କୋର୍ଟ କହିଛନ୍ତି, ୧୦ ମାସ ବିତିଯାଇଛି କିନ୍ତୁ ରାଜ୍ୟ ସରକାର ଗ୍ରୀଷ୍ମଲହର ସ୍ଥିତି ମୁକାବିଲା କରିବା ଦିଗରେ ‌କୌଣସି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିନାହାନ୍ତି।  କୋର୍ଟ କହିଛନ୍ତି, ରାଜସ୍ଥାନ ଜଳବା‌ୟୁ ପରିବର୍ତ୍ତନ ପ୍ରକଳ୍ପ ଅଧୀନରେ ‘ହିଟ ଆକ୍ସନ ପ୍ଲାନ୍‌’ କାର୍ଯ୍ୟକାରୀ କରାଯାଇନି କି  ଗ୍ରୀଷ୍ମଲହର ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ କୌଣସି ନିର୍ଦ୍ଦେଶାବଳି ଜାରି ହୋଇନି।  ସାଧାରଣ ଜନତା  ଏବଂ ବିଶେଷ କରି ଗରିବ ଦିନ ମଜୁରିଆଙ୍କୁ ଓଆର୍‌ଏସ୍‌ ପ୍ୟାକେଟ୍‌ ଏବଂ ଅନ୍ୟ ଥଣ୍ଡା ସାମଗ୍ରୀ ପ୍ରଦାନ କରାଯାଇନି।  ପଶୁ ପକ୍ଷୀଙ୍କ ପାଇଁ ପାନୀୟ ଜଳ ସୁବିଧା ମଧ୍ୟ କରାଯାଉନି।    କୋର୍ଟ ‘ହିଟ୍‌ ଆକ୍ସନ୍‌ ପ୍ଲାନ୍‌’ର ଫଳପ୍ରଦ କାର୍ଯ୍ୟକାରିତା ପାଇଁ ତତ୍କାଳ ପଦେକ୍ଷପ ଗ୍ରହଣ କରିବା  ନିମନ୍ତେ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe