ଟ୍ରାଫିକ୍‌ ପୁଲିସଙ୍କୁ ଆକ୍ରମଣ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶକୁ ବାତିଲ କଲେ ହାଇକୋର୍ଟ

Advertisment
ଟ୍ରାଫିକ୍‌ ପୁଲିସଙ୍କୁ ଆକ୍ରମଣ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶକୁ ବାତିଲ କଲେ ହାଇକୋର୍ଟ

Image Courtesy of NDTV

ନାଗପୁର: ୨୦୧୨ ମସିହାରେ ଅମରାବତୀ ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ ଦିଆଯାଇଥିବା ତିନିମାସର ଜେଲ୍‌ ଦଣ୍ଡାଦେଶକୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ବାତିଲ କରିଛନ୍ତି।

ଅମରାବତୀର ଏକ ସେସନ୍‌ କୋର୍ଟ ଅକ୍ଟୋବର ୧୫ ତାରିଖ ଦିନ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଥିବା ଯଶୋମତୀ ଠାକୁର ଏବଂ ତାଙ୍କ ଡ୍ରାଇଭର୍‌ଙ୍କ ସମେତ ଅନ୍ୟ ତିନିଜଣଙ୍କୁ ଏହି ମାମଲାରେ ତିନି ମାସ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ।

ସେସନ୍‌ କୋର୍ଟଙ୍କ ରାୟ ବିରୋଧରେ କଂଗ୍ରେସ ନେତ୍ରୀ ଯଶୋମତୀ ଠାକୁର ଏ ସପ୍ତାହ ପ୍ରାରମ୍ଭରେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଆବେଦନର ଚୂଡ଼ାନ୍ତ ଶୁଣାଣି ହୋଇ ନ ଥିବାରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି ଭାବେ ସେସନ୍‌ କ‌ୋର୍ଟଙ୍କ ଦଣ୍ଡାଦେଶକୁ ବାତିଲ କରାଯାଉ। ଏହାଛଡ଼ା ସେସନ୍ କୋର୍ଟଙ୍କ ରାୟ ଉପରେ ମଧ୍ୟ ରହିତାଦେଶ ଜାରି କରିବାକୁ ସେ ନିବେଦନ କରିଥିଲେ।

publive-image Image Courtesy of The New Indian Express

ଗୁରୁବାର ଦିନ ବିଚାରପତି ବିନୟ ଯୋଶୀ ଏହି ଆବେଦନକୁ ଗ୍ରହଣ କରି ଦଣ୍ଡାଦେଶ ବାତିଲ କରିଛନ୍ତି। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୭ ତାରିଖରେ କରିବା ନିମନ୍ତେ ସେ ଦିନ ଧାର୍ଯ୍ୟ କରିଛନ୍ତି।

ମାମଲା ଅନୁସାରେ, ୨୦୧୨ ମାର୍ଚ ୨୪ ତାରିଖ ଦିନ ସହଯୋଗୀମାନଙ୍କ ସହ ତତ୍କାଳୀନ ବିଧାୟକ ଠାକୁର ଗାଡ଼ିରେ ଯାତ୍ରା କରୁଥିବା ବେଳେ ଅମରାବତୀ ଅନ୍ତର୍ଗତ ରାଜପେଠ ଥାନା ଅଧୀନ ଚୂନଭାଟି ଅଞ୍ଚଳରେ ଘଟଣାଟି ଘଟିଥିଲା। ଚାର୍ଜସିଟ୍‌ ଅନୁସାରେ, ସେମାନଙ୍କ ଗାଡ଼ି ୱାନ୍‌-ୱେ ଲେନ୍‌ରେ ପ୍ରବେଶ କରିବାରୁ ଟ୍ରାଫିକ୍ ପୁଲିସ ଉହ୍ଲାସ ରୌରାଲେ ଅଟକାଇଥିଲେ। ଗାଡ଼ି ଅଟକାଇବା କାରଣରୁ ଯଶୋମତୀ ଠାକୁର, ତାଙ୍କ ଡ୍ରାଇଭର୍‌ ସାଗର ସୁରେଶ ଖାଣ୍ଡେକର, ଦଳୀୟ କର୍ମୀ ଶରଦ କାଶିରବ ଜୱାଞ୍ଜଲ ଏବଂ ରାଜୁ କିଷନ୍ ଇଙ୍ଗ୍‌ଲେ କୁଆଡ଼େ ତାଙ୍କୁ ମାରଧର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe