ଇମ୍ରାନଙ୍କ ପାଇଁ ଲା‌ହୋରରେ ହାଇଡ୍ରାମା: ଗିରଫ ପାଇଁ ଯିବାବେଳେ ପୁଲିସକୁ ଅଟକାଇଲେ କର୍ମୀ

Advertisment

ପୁଲିସ ଓ ପିଟିଆଇ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ, ଅଧିକାର ପାଇଁ ଲଢ଼େଇ ଜାରି ରଖ: ଇମ୍ରାନ୍

ପୁଲିସ ଓ ପିଟିଆଇ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ, ଅଧିକାର ପାଇଁ ଲଢ଼େଇ ଜାରି ରଖ: ଇମ୍ରାନ୍

ଇମ୍ରାନଙ୍କ ପାଇଁ ଲା‌ହୋରରେ ହାଇଡ୍ରାମା: ଗିରଫ ପାଇଁ ଯିବାବେଳେ ପୁଲିସକୁ ଅଟକାଇଲେ କର୍ମୀ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଗିରଫ ପ୍ରସଙ୍ଗକୁ ନେଇ ଆଜି ଲାହୋରରେ ହାଇଡ୍ରାମା ହୋଇଛି। ତୋସଖାନା ମାମଲାରେ ଆଜି ପୁଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଲାହୋର ସ୍ଥିତ ତାଙ୍କ ବାସଭବନ ବାହାରେ ପହଞ୍ଚିଥିବାବେଳେ ପାକିସ୍ତାନ ‌ତେହରିକ ଏ ଇନସାଫ (ପିଟିଆଇ) ସମର୍ଥକମାନେ ପୁଲିସ ସହ ସଂଘର୍ଷ କରିଥିଲେ । ପୁଲିସ ଉପରକୁ ଇଟା, ପଥର ମାଡ଼ କରିଥିଲେ। ଏଥିରେ କିଛି ପୁଲିସ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ମଧ୍ୟ ହିଂସା ନିୟନ୍ତ୍ରଣ ପାଇଁ ପାଣି ତୋପ, ଲୁହ ବୁହା ବାଷ୍ପ ବ୍ୟବହାର କରିବା ସହ ଲାଠି ମାଡ଼ କରିଛି। ପୁଲିସର ଲାଠିମାଡ଼ରେ କିଛି କର୍ମୀ ଆହତ ହୋଇଛନ୍ତି। ବାସଭବନ ବାହାରେ ପୁଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ଇମ୍ରାନ ଏକ ଭିଡିଓ ବାର୍ତ୍ତାରେ ଲୋକମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଲଢ଼ିବାପାଇଁ କହିଛନ୍ତି।

ମତେ ଜେଲ୍‌ କିମ୍ବା ହତ୍ୟା କରାଗଲେ ବି ଲୋକମାନେ ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖନ୍ତୁ। ପୁଲିସ ମତେ ଗିରଫ କରିବାକୁ ଆସିଛି। ସେମାନେ ଭାବୁଛନ୍ତି ଯେ ଇମ୍ରାନ ଜେଲ୍‌କୁ ଚାଲିଯିବାପରେ ଲୋକମାନେ ଶୋଇ ପଡ଼ିବେ। କିନ୍ତୁ ତୁମମାନଙ୍କୁ ସେମାନଙ୍କୁ ଭୁଲ୍‌ ପ୍ରମାଣିତ କରିବାକୁ ପଡ଼ିବ। ତୁମମାନଙ୍କୁ ଏହା ପ୍ରମାଣ କରିବାକୁ ପଡ଼ିବ ଯେ ଲୋକମାନେ ଜୀବିତ ଅଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନ୍ନାଉଲ୍ଲା କହିଛନ୍ତି ଇମ୍ରାନଙ୍କୁ ଆଜି ରାତିରେ ଗିରଫ କରାଯାଇ ଅଦାଲତରେ ହାଜର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe