ଅବଧରେ ୭ ହାଇ ପ୍ରୋଫାଇଲ୍‌ ନାରୀନେତ୍ରୀଙ୍କ ଲଢ଼େଇ

Advertisment

ଫୋକସ୍‌ରେ ରାଏବରେଲି, ସୁଲତାନପୁର, ଆମେଥି

ଫୋକସ୍‌ରେ ରାଏବରେଲି, ସୁଲତାନପୁର, ଆମେଥି

ଅବଧରେ ୭ ହାଇ ପ୍ରୋଫାଇଲ୍‌ ନାରୀନେତ୍ରୀଙ୍କ ଲଢ଼େଇ

ଲ‌କ୍ଷ୍ନୌ : ଚଳିତ ଲୋକସଭା ନିର୍ବାଚନରେ ବିଭିନ୍ନ ହାଇପ୍ରୋଫାଇଲ୍‌ ଆସନରେ ମହିଳା ରାଜ‌ନେତାମାନେ ଚର୍ଚ୍ଚାରେ ରହିଛନ୍ତି। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ, ସ୍ମୃତି ଇରାନୀ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ବାନାର୍ଜୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେବେ ଉତ୍ତରପ୍ରଦେଶର ଅବଧ ଅଞ୍ଚଳ ଅଧୀନସ୍ଥ ୭ଟି ନିର୍ବାଚନ ମଣ୍ଡଳୀରେ ଏଥର ୭ ହାଇ ପ୍ରୋଫାଇଲ୍‌ ମହିଳା ରାଜନେତା ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନଗୁଡ଼ିକ ଉପରେ ‌ସମସ୍ତଙ୍କ ନଜର ରହିଥିବା ବେଳେ ଏଥର ‌ଲଢ଼େଇ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଛି। ଏଥିରେ କିଛି ନୂଆ ମୁହଁ ମଧ୍ୟ ଅଛନ୍ତି।
ନେହରୁ- ଗାନ୍ଧୀ ପରିବାରର ପରିବାରର ୨ ଜଣ ସଦସ୍ୟ ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ‌କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଯଥାକ୍ରମେ ରାଏବରେଲି ଏବଂ ସୁଲତାନପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଅଭିନେତାରୁ ରାଜନେତା ବନିଥିବା‌ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ଆସନରେ ଏସ୍‌ପି-ବିଏସ୍‌ପି-ଆରଏଲଡି ପ୍ରାର୍ଥୀ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରି‌ଷ୍ଠ ରାଜନେତା ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଉନ୍ନାଓରେ ପୂର୍ବତନ କଂଗ୍ରେସ ସାଂସଦ ଅନୁ ଟଣ୍ଡନ୍‌ ବିଜେପିର ସାକ୍ଷୀ ମହାରାଜଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାବେଳେ ଏହି ଆସନ ଉପରେ ବି ସମସ୍ତଙ୍କ ନଜର। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆମେଥି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ୩ ଥର ସାଂସଦ ହୋଇଥିବା ରାଜକୁମାରୀ ରତ୍ନା ସିଂହ ଲଗାତାର ଚତୁର୍ଥ ଥର ପାଇଁ ପ୍ରତାପଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଅତି ଘନିଷ୍ଠ ଭାବେ କାମ କରିଥିବା ସ୍ବର୍ଗତ ରାଜା ଦିନେଶ ପ୍ରତାପ ସିଂହଙ୍କ‌ର ସେ ଝିଅ। ଅନ୍ୟପ‌କ୍ଷେ ଉତ୍ତରପ୍ରଦେଶ ମନ୍ତ୍ରୀ ରୀତା ବହୁଗୁଣା ଯୋଶୀ ଆହ୍ଲାବାଦ୍‌ ଲୋକସଭା ଆସନରୁ ନିର୍ବା‌ଚନ ଲଢ଼ୁଛନ୍ତି। ପୂର୍ବରୁ ସେ ୟୁପି କଂଗ୍ରେସ ମୁଖ୍ୟ ଭାବେ ସୋନିଆ ଏବଂ ରାହୁଲଙ୍କ ସହ ଅତି ଘନିଷ୍ଠ ଭାବେ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe