ସୁପ୍ରିମ୍‌କୋର୍ଟରେ ହିଜାବ ମାମଲା ଶୁଣାଣି, ହିଜାବ ଇସ୍‌ଲାମ ପାଇଁ ଅପରିହାର୍ଯ୍ୟ ନୁହେଁ: ଏସ୍‌ଜି

ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ: ହିଜାବ ମାମଲା ନେଇ ସୁପ୍ରିମ୍‌କୋର୍ଟରେ ଆଜି ଅଷ୍ଟମ ଦିନ ପାଇଁ ଶୁଣାଣି ହୋଇଛି । ସଲିସିଟିର ଜେନେରାଲ (ଏସ୍‌ଜି) ତୁଷାର ମେହଟା କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆଜି ତାଙ୍କ ଯୁକ୍ତି ରଖି କହିଛନ୍ତି ଯେ ଇସ୍‌ଲାମ ପାଇଁ ହିଜାବ ଅନିବାର୍ଯ୍ୟ ନୁହେଁ। ଇରାନ୍‌ ଭଳି ଇସ୍‌ଲାମିକ ରାଷ୍ଟ୍ରରେ ହିଜାବ ବିରୋଧରେ ଜୋରଦାର ଆନ୍ଦୋଳନ ହେଉଛି ଏବଂ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। କୋରାନରେ ହିଜାବକୁ ନେଇ ଯାହା ଉଲ୍ଲେଖ ରହିଛି ତାହା କେଉଁଠି ବି ଏକ ଅତ୍ୟାବଶ୍ୟକ ଧାର୍ମିକ ଅଭ୍ୟାସ ବୋଲି ଦର୍ଶାଉନାହିଁ। ଏସ୍‌ଜିଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ୍‌ କୋର୍ଟ ଏ ବାବଦ ପରବର୍ତ୍ତୀ ଶୁଣାଣି ବୁଧବାରକୁ ଧାର୍ଯ୍ୟ କରିଛନ୍ତି। ଆଜି ଶୁଣାଣିରେ ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ କହିଛନ୍ତି ଯେ କର୍ଣ୍ଣାଟକ ହାଇକୋର୍ଟ ଅତ୍ୟାବଶ୍ୟକ ଧାର୍ମିକ ନୀତି ନେଇ ମନ୍ତବ୍ୟ ଦେବା ଉଚିତ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe