The Sentinel Assam
ନୂଆଦିଲ୍ଲୀ: କର୍ଣ୍ଣାଟରେ ହିଜାବ ପିନ୍ଧିବାକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବା ବେଳେ ଏହି ମାମଲାକୁ ନେଇ ସଂସଦରେ ମଧ୍ୟ ହଟ୍ଟଗୋଳ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ଅଂଚଳରେ ହିଜାବ ପିନ୍ଧିବାକୁ ବିରୋଧ କରି ଅତ୍ୟଚାର ହେଉଛି ବୋଲି ଅଭିଯୋଗ କରି କଂଗ୍ରେସ କେନ୍ଦ୍ର ସରକାରକୁ ଘେରିବାକୁ ପ୍ରୟାସ କରିଛି। ଏହି ମାମଲାରେ ଡିଏମ୍କେ, ସିପିଏମ୍, ଏମ୍ଡିଏମ୍କେ ଆଦି ଦଳ ସରକାରକୁ ସମାଲୋଚନା କରିଥିବା ବେଳେ ଆଜି ଲୋକସଭାରେ କଂଗ୍ରେସ ସାଂସଦ କେ ସୁରେଶ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦେଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ପଦକ୍ଷେପ ସମ୍ବିଧାନ ବିରୋଧୀ ଏବଂ ଏହାର ଏହାର ତତ୍କାଳ ସମାଧାନ ଆବଶ୍ୟକ ବୋଲି ସୁରେଶ ନୋଟିସ୍ରେ ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପ ମୁସ୍ଲିମ ଛାତ୍ରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସେ କହିଛନ୍ତି। ସଂସଦରେ ମୁସ୍ଲିମ ସାଂସଦ ଟୋପି ପିନ୍ଧି ପାରୁଥିବା ବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ହିଜାବ କାହିଁକି ପିନ୍ଧି ପାରିବେ ନାହିଁ ବୋଲି ଏଆଇଏମ୍ଆଇଏମ୍ ନେତା ଅୱେସି କହିଛନ୍ତି।
Follow Us