ଆଶାରାମ ଜେଲରେ କରୁଥିଲେ ଏଭଳି କାମ, ଯାହାକୁ ନେଇ ବ୍ୟସ୍ତବିବ୍ରତ ହୋଇପଡ଼ୁଥିଲେ ପୁଲିସ

Advertisment
ଆଶାରାମ ଜେଲରେ କରୁଥିଲେ ଏଭଳି କାମ, ଯାହାକୁ ନେଇ ବ୍ୟସ୍ତବିବ୍ରତ ହୋଇପଡ଼ୁଥିଲେ ପୁଲିସ

ନୂଆଦିଲ୍ଲୀ: ଜଣେ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୁଧବାର ଆଜୀବନ କରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ। ଆଜି ସନ୍ଧ୍ୟାରେ ତାଙ୍କୁ ନୂଆ ବ୍ୟାରକ ମିଳିବ। କିନ୍ତୁ କୁହାଯାଉଛି କି ଆଶାରାମଙ୍କ ପାାଇଁ ଜେଲ ବି ଆଶ୍ରମ ବନି ଯାଇଛି। ଜେଲ ଭିତରେ ଆଶାରାମଙ୍କ କାର୍ଯ୍ୟକଳାପକୁ ନେଇ ଜେଲ ପ୍ରଶାସନ ମଧ୍ୟ ବ୍ୟସ୍ତବିବ୍ରତ କରି ହୋଇପଡ଼ିଛନ୍ତି।

publive-image

ପ୍ରକାଶିତ ଖବର ମୁତାବକ, ୨୦୧୩ରୁ ଆଶାରାମ ଯୋଧପୁର ଜେଲରେ ବନ୍ଦୀ ଅଛନ୍ତି। ଏବେ ତାଙ୍କର ଜେଲରେ ରହିବା ଅଭ୍ୟାସରେ ପରିଣତ ହୋଇଯାଇଛି। ସେ ବେଶ୍‌ ମଜାରେ ଜେଲରେ ରହୁଛନ୍ତି। କିଛିଦିନ ତଳେ ଜେଲରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଗୀତ ଗାଇ ତାଳି ବଜାଉ ଥିବାର ଦେଖିବାକୁ ମିଳିଥିଲା। ସେ ଅନେକ ସମୟରେ ଜେଲରେ ଏଭଳି କାଣ୍ଡ କରି ଥାଆନ୍ତି କି ଜେଲ ପ୍ରଶାସନ ତାଙ୍କୁ ଶାନ୍ତ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ କୌଣସି କଥା ଶୁଣି ନଥାଆନ୍ତି। ବସୁବସୁ ଆଶାରାମ ହଠାତ୍‌ ଭଜନ ଗାଇବାରେ ଲାଗନ୍ତି ତ କେତେବେଳେ ଜୋରଜୋର୍‌ରେ ତାଳି ମାରି ଥାଆନ୍ତି। ଆଶାରାମଙ୍କ ଖାଦ୍ୟ ଆଶ୍ରମରୁ ଆସିଥାଏ। ସେ କଏଦୀମାନଙ୍କୁ ପ୍ରସାଦ ରୂପରେ ଚକୋଲେଟ ଓ ଡ୍ରାଏଫୁଡ ବି ଦେଇଥାଆନ୍ତି।

ଆଶାରାମଙ୍କୁ ଯେତେବେଳେ ଜେଲ ହୋଇଥିଲା ତାଙ୍କ ସମର୍ଥକ ଦୁଇବର୍ଷ ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି କରି ଧାରା ୧୫୧ରେ ଗିରଫ ହୋଇ ଜେଲ ପହଞ୍ଚି ଯାଉଥିଲେ। ଏହି କଥା ପୁଲିସ ଜାଣିବା ପରେ ସେମାନଙ୍କୁ ଜେଲ ପଠାଇବା ବନ୍ଦ କରିଦେଇଥିଲା। ସୁରକ୍ଷା କାରଣରୁ ଆଶାରାମଙ୍କୁ ଅନ୍ୟ କଏଦୀଙ୍କ ଠାରୁ ଅଲଗା ରଖାଯାଇଛି ବୋଲି ଡିଆଇଜି ବିକ୍ରମ ସିଂହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe