ହିମାଚଳ: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ବସ୍‌ ଦୁର୍ଘଟନା ଘଟି ୩୫ ଜଣ ସ୍କୁଲ୍‌ ପିଲା ଆହତ

Advertisment
ହିମାଚଳ: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ବସ୍‌ ଦୁର୍ଘଟନା ଘଟି ୩୫ ଜଣ ସ୍କୁଲ୍‌ ପିଲା ଆହତ

ଶିମଲା: ଗୁରବାର ଦିନ କଙ୍ଗ୍ରା ଅନ୍ତର୍ଗତ ଲୁଞ୍ଜ ଠାରେ ଗୋଟାଏ ସ୍କୁଲ୍‌ ବସ୍‌ ଦୁର୍ଘଟନାଗ୍ରସ୍ତ ହେବାରୁ ୩୫ ଜଣ ପିଲା ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଧରମଶାଳା ଠାରେ ଆୟୋଜନ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେବାକୁ ଏହି ସ୍କୁଲ୍‌ ପିଲା ଦଳ ଯାଉଥିଲେ।

ଆହତମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ସାଙ୍ଘାତିକ ଆହତ ହୋଇଥିବା ପିଲା। ସେମାନଙ୍କୁ ତଣ୍ଡାସ୍ଥିତ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି। କେତେକ ଆହତଙ୍କର ଲୁଞ୍ଜସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ସ୍କୁଲ୍‌ ବସ୍‌ଟି ଖାଇରେ ଓଲଟି ପଡ଼ିଯାଇଥିବା ଫଟୋରେ ଦେଖା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe