ଶିମ୍ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ଟି ଆସନରେ ଅଗ୍ରଣୀ ଥାଇ ‘କେଂଗ୍ରେସ’ ବିଜୟ ପଥରେ ଅଗ୍ରସର ହେଉଥିବା ବେଳେ ଶାସକ ଦଳର ଘୋଡ଼ାବେପାର ଆଶଙ୍କାରେ ନବନିର୍ବାଚିତ ବିଧାୟକମାନଙ୍କୁ ଜୟପୁର ନେଇଯିବା ଲାଗି କଂଗ୍ରେସ ପାର୍ଟି ନିଷ୍ପତ୍ତି ନେଇଥିବା କଥା ‘ଜି ନିଉଜ୍’ ରିପୋର୍ଟ କରିଛି।
କଂଗ୍ରେସସୂତ୍ରରୁ ଉଦ୍ଧାର କରି ପ୍ରକାଶ କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ନବନିର୍ବାଚିତ ବିଧାୟକମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ଲାଗି ଦଳ ରାଜୀବ ଶୁକ୍ଳା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତାମାନଙ୍କୁ ମୁତୟନ କରିଛି।
ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ଦଳୀୟ ନେତାମାନଙ୍କୁ ଭେଟିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲା ନିକଟରେ ଥିବା ତାଙ୍କ ଫାର୍ମ ହାଉସ୍ରେ ପହଞ୍ଚିଛନ୍ତି।
Image Courtesy of Zee Newsସୂଚନା ଅନୁସାରେ, ମଣ୍ଡି ଜିଲ୍ଲାର ସେରାଜ୍ରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟୀ ହୋଇଥିବା ବେଳେ ପ୍ରମୁଖ କଂଗ୍ରେସ ନେତା ମୁକେଶ ଅଗ୍ନିହୋତ୍ରୀ, ଶୁଖୱିନ୍ଦର୍ ସୁଖୁ ଯଥାକ୍ରମେ ହାରୋଲି ଓ ନାଦୌନ୍ରେ ଅଗ୍ରଣୀ ଅଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ଶିମ୍ଲା ଜିଲ୍ଲାର ଯୁବ୍ବଲ୍-କୋଟଖାଇ ଆସନରେ କଂଗ୍ରେସ ବିଜୟୀ ହୋଇଛି। ଏବେ ବିଧାୟକ ଥିବା କଂଗ୍ରେସର ରୋହିତ ଠାକୁର ‘ବିଜେପି’ର ଚେତନ ବ୍ରାଗ୍ତାଙ୍କୁ ପରାସ୍ତ କରିଛନ୍ତି।
ରାଜୀବ ଶୁକ୍ଲା କହିଛନ୍ତି: ହିମାଚଳ ପ୍ରଦେଶରେ କଂଗ୍ରେସ ବିଜୟୀ ହେଲେ, ଆମେ ଜନତାଙ୍କ ସ୍ବାର୍ଥ ନିମନ୍ତେ ସବୁକିଛି କରିବୁ। ପ୍ରିୟଙ୍କା ଭଦ୍ରା ବହୁ ପରିଶ୍ରମ କରି ବ୍ୟାପକ ପ୍ରଚାର ଅଭିଯାନ ଚଳାଇଥିଲେ।
Follow Us