ହିମାଚଳପ୍ରଦେଶ ନିର୍ବାଚନ: ଧୁମାଲ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Advertisment
ହିମାଚଳପ୍ରଦେଶ ନିର୍ବାଚନ: ଧୁମାଲ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ସିମଳା : ଆଗାମୀ ୯ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ପ୍ରେମକୁମାର ଧୁମାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭୩ ବର୍ଷୀୟ ଧୁମାଲଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢ଼ିବ ବୋଲି ଆଜି ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଆଗରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କେନ୍ଦ୍ର ମନ୍ତ୍ରୀ ଜେ ପି ନଡ୍ଡା ଅବତୀର୍ଣ୍ଣ ହେବେ ବୋଲି କଳ୍ପନାଜଳ୍ପନା ହେଉଥିବା ବେଳେ ଧୁମାଲଙ୍କ ଲୋକପ୍ରିୟତା ହିଁ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ହିମାଚଳବାସୀ ଚାହୁଥିବା ସ୍ପଷ୍ଟ ହୋଇଛି।

ପୂର୍ବରୁ ଦୁଇ ଦୁଇ ଥର(ମାର୍ଚ୍ଚ ୧୯୯୮ରୁ ମାର୍ଚ୍ଚ ୨୦୦୩ ଏବଂ ଜାନୁଆରି ୨୦୦୮ରୁ ଡିସେମ୍ବର ୨୦୧୨) ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଧୁମାଲ ଏବେ ହିମାଚଳ ବିଧାନସଭାର ବିରୋଧୀ ଦଳ ନେତା ଭୂମିକା ତୁଲାଉଛନ୍ତି। ତେବେ ଆସନ୍ତା ଡିସେମ୍ବର ୧୮ ତାରିଖ ଭୋଟଗଣତି ପରେ ତାଙ୍କୁ ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ କୁହାନଯାଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୁହାଯିବ ବୋଲି ଶ୍ରୀ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe