ଆକସ୍ମିକ ବନ୍ୟାରେ ପରିବାରର ହେଲା ମୃତ୍ୟୁ, ଜୀବିତ ଏକମାତ୍ର ଝିଅକୁ "ରାଜ୍ୟର ସନ୍ତାନ" ଘୋଷଣା କଲେ ସରକାର

New Project (5)

Photograph: (Sambad.in)

ଶିମଲା: ବନ୍ୟା ଛଡ଼ାଇ ନେଲା ପରିବାର। ମୁଣ୍ଡ ଉପରୁ ଚାଲିଗଲା ମାତାପିତାଙ୍କ ହାତ। ମାତାପିତା ଓ ଜେଜେ ମା’ ଯିବା ପରେ ଏବେ ଏକା ହୋଇଯାଇଥିବା କୁନି ଝିଅକୁ 'ରାଜ୍ୟର ସନ୍ତାନ' ଘୋଷଣା କରିଛନ୍ତି ସରକାର । ହିମାଚଳରେ ଘଟିଛି ଏହି ଘଟଣା। ହିମାଚଳର ମଣ୍ଡିରେ ଆକସ୍ମିକ ବନ୍ୟାରେ ବହିଯାଇ ପରିବାର ମୃତ୍ୟୁବରଣ କରିବା ପରେ ଏବେ ସାରା ରାଜ୍ୟର ଝିଅ ପାଲଟିଛି କୁନି ଝିଅ। ଶିଶୁଟିର ନାମ ହେଲା ନୀତିକା।

୧୦ମାସର ନୀତିକା ଏଦୁନିଆ ବିଷୟରେ ଜାଣିବା ପୂର୍ବରୁ ତା’ର ମାର୍ଗଦର୍ଶକଙ୍କୁ ହରାଇଛି। ଏହାକୁ ଦେଖି ନୀତିକାଙ୍କୁ "ରାଜ୍ୟର ସନ୍ତାନ" ଘୋଷଣା କରାଯାଇଛି।  ସରକାର ତାଙ୍କ ଶିକ୍ଷା ଏବଂ ଲାଳନପାଳନକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ମୁତାବକ, ଜୁନ୍ ୩୦ ଏବଂ ଜୁଲାଇ ୧ ମଧ୍ୟରାତ୍ରିରେ ତଲୱାରା ଗାଁରେ ଆକସ୍ମିକ ବନ୍ୟା ଆସିବା ପରେ ନୀତିକା ତାଙ୍କ ବାପାମା ଏବଂ ଜେଜେମାଙ୍କୁ ହରାଇଥିଲେ। ତାଙ୍କ ବାପା ୩୧ ବର୍ଷୀୟ ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ୨୪ ବର୍ଷୀୟ ରାଧା ଦେବୀ ଏବଂ ଜେଜେମା ୫୯ ବର୍ଷୀୟ ପୂର୍ଣ୍ଣୁ ଦେବୀ ଏବେ ବି ନିଖୋଜ ଅଛନ୍ତି। ଘରେ ପ୍ରବେଶ କରୁଥିବା ପାଣିର ପ୍ରବାହକୁ ରୋକିବା ପାଇଁ ରମେଶ ଘର ବାହାରକୁ ବାହାରି ଆସିଥିଲେ। ତାଙ୍କ ପଛେ ପଛେ ତାଙ୍କ ସ୍ତ୍ରୀ ଏବଂ ମା’ ସାହାଯ୍ୟ କରିବାକୁ ଘରୁ ବାହାରିଥିଲେ ବି ଆଉ ଫେରି ନଥିଲେ। ଏହି ଘଟଣା ପରେ ହିମାଚଳ ପ୍ରଦେଶ ସରକାରଙ୍କ ମୁଖ୍ୟମନ୍ତ୍ରୀ ସୁଖ-ଆଶ୍ରୟ ଯୋଜନା ଅଧୀନରେ ନୀତିକାଙ୍କୁ "ରାଜ୍ୟର ସନ୍ତାନ" ଘୋଷଣା କରାଯାଇଛି।

ରାଜସ୍ୱ ମନ୍ତ୍ରୀ ଜଗତ୍ ସିଂହ ନେଗି କହିଛନ୍ତି, "ରାଜ୍ୟ ସରକାର ଏକ ଦୀର୍ଘକାଳୀନ ଯୋଜନାର ଅଂଶ ଭାବରେ ଛୋଟ ଝିଅଟିର ଲାଳନପାଳନ, ଶିକ୍ଷା ଏବଂ ଭବିଷ୍ୟତର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ। ଏହି ଝିଅଟି ଭବିଷ୍ୟତରେ ଯାହା ହେବାକୁ ଚାହିଁବ; ଡାକ୍ତର, ଇଞ୍ଜିନିୟର କିମ୍ବା ଅଧିକାରୀ, ସରକାର ସମସ୍ତ ଖର୍ଚ୍ଚ ବହନ କରିବ।" ୨୦୨୩ ମସିହାରେ ଆରମ୍ଭ ହୋଇଥିବା ସୁଖ-ଆଶ୍ରୟ ଯୋଜନା ଅଧୀନରେ ଅନାଥ ପିଲାମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଛି, ଯେଉଁଥିରେ ୧୮ ରୁ ୨୭ ବର୍ଷ ବୟସର ଅବିବାହିତ ଅନାଥ ପିଲାମାନଙ୍କୁ ଖାଦ୍ୟ, ବାସସ୍ଥାନ, ପୋଷାକ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ପ୍ରଦାନ କରିବା ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe