ଅଯୋଗ୍ୟ ଘୋଷିତ ୬ ବିଦ୍ରୋହୀ ବିଧାୟକଙ୍କୁ ଭେଟିଲେ କ୍ୟାବିନେଟ୍‌ ମନ୍ତ୍ରୀ ବିକ୍ରମାଦିତ୍ୟ

Advertisment
ଅଯୋଗ୍ୟ ଘୋଷିତ ୬ ବିଦ୍ରୋହୀ ବିଧାୟକଙ୍କୁ ଭେଟିଲେ କ୍ୟାବିନେଟ୍‌ ମନ୍ତ୍ରୀ ବିକ୍ରମାଦିତ୍ୟ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ​​ବିଜେପି ପାଇଁ କ୍ରସ ଭୋଟ୍ ଦେଇଥିବା ହିମାଚଳ ପ୍ରଦେଶର ୬ ଜଣ ବିଧାୟକଙ୍କୁ ଗତକାଲି ଅଯୋଗ୍ୟ ଘୋଷିତ କରିଥିଲେ ବାଚସ୍ପତି। ଆଜି ସେହି ବିଧାୟକମାନଙ୍କୁ ଭେଟିଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀ ବିକ୍ରମାଦିତ୍ୟ।  ଅଯୋଗ୍ୟ ଘୋଷିତ ବିଧାୟକମାନେ ହେଲେ ରାଜିନ୍ଦର ରାଣା, ସୁଧୀର ଶର୍ମା, ଇନ୍ଦର ଦତ୍ତ ଲାଖାନପାଲ, ଦେବନ୍ଦର କୁମାର ଭୁଟ, ରବି ଠାକୁର ଏବଂ ଚେତନ୍ୟା ଶର୍ମା।

ଗତକାଲି କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସୁଖବିନ୍ଦର ସିଂ ସୁଖୁ ହିଁ ମୁଖ୍ୟମନ୍ତ୍ରୀ ରହିବେ। ତେବେ ସୁଖୁ ସରକାର ଉପରୁ ସଙ୍କଟ ଟଳିବା ପରେ ଏବେ ହିମାଚଳପ୍ରଦେଶର ୬ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ହୋଟେଲରେ ପହଞ୍ଚିଛନ୍ତି ବିକ୍ରମାଦିତ୍ୟ। ଯାହାକୁ ନେଇ ପୁଣିଥରେ ହିମାଚଳପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ସୁଖୁ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୬ ବିଦ୍ରୋହୀ ବିଧାୟକଙ୍କୁ ଚଣ୍ଡିଗଡର ଏକ ହୋଟେଲରେ ଭେଟିଛନ୍ତି । ତେବେ ବିଦ୍ରୋହୀ ବିଧାୟକଙ୍କ ସହ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ । ମନ୍ତ୍ରୀଙ୍କ ସହ ଦୁଇ ଜଣ କଂଗ୍ରେସ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଯାହା ପୂରା ଘଟଣାକୁ ରୋଚକ କରିଛି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସଂକେତ ଦେଇଥିଲେ ଯେ, ବିଦ୍ରୋହୀ ବିଧାୟକ ପୁଣିଥରେ ଦଳକୁ ଫେରିପାରିବେ। ୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ଦ୍ୱାରା ଲୋକସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe