ହିମାଚଳପ୍ରଦେଶ: ଜୁନ୍‌ ୧୩ ପରଠୁ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ୧୮୭ ଜୀବନ

Advertisment
ହିମାଚଳପ୍ରଦେଶ: ଜୁନ୍‌ ୧୩ ପରଠୁ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ୧୮୭ ଜୀବନ

India TV

ନୂଆଦିଲ୍ଲୀ: ଜୁନ୍‌ ୧୩ ତାରିଖ ପରଠାରୁ ହିମାଚଳପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟ ୧୮୭ ଜଣଙ୍କ ଜୀବନ ନେଇଛି। ରାଜ୍ୟରେ ଜୁନ୍‌ ୧୩ ପରଠାରୁ ଗତ ରବିବାର ସୁଦ୍ଧା ୪୦୧ କୋଟି ଟଙ୍କାର କ୍ଷତି ହୋଇଛି। ଏହି ସମୟ ମଧ୍ୟରେ ୩୮୧ ପଶୁପକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି। ବତ‌ସେରି ଏବଂ ଚିତକୁଲ ଅଞ୍ଚଳରେ ମୋଟ୍‌ ୨୮ଟି ରାସ୍ତା ବନ୍ଦ ରହିଛି। କିନ୍ନୌର ଜିଲ୍ଲା ପ୍ରଶାସନର ଡେପୁଟି କମିସନର କହିଛନ୍ତି, ପ୍ରୟ ୯୦ ଜଣ ପର୍ଯ୍ୟଟକ କିନୌର ଜିଲ୍ଲାର ଚିତକୁଲରେ ଫସି ରହିଛନ୍ତି। ଗତ ରବିବାର ଦିନ ଏକ ବ୍ରିଜ୍‌ ଭୁଶୁଡ଼ିପଡ଼ିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଭୂତତ୍ତ୍ବ ସର୍ବେକ୍ଷଣ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଆଜିଠାରୁ ସାଙ୍ଗଲା ଏବଂ କିନ୍ନୌର ଗସ୍ତରେ ଅଛନ୍ତି। ତେବେ ରାଜ୍ୟରେ ବାରମ୍ବାର ଭୂସ୍ଖଳନ ହେଉଥିବାରୁ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଖୁବ୍‌ଶୀଘ୍ର ରାଜ୍ୟରେ ଏକ ପାଇଲଟ୍‌ ପ୍ରୋ‌ଜେକ୍ଟ ଆରମ୍ଭ କରିବାପାଇଁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe