ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ: ରାହୁଲ, ପ୍ରିୟଙ୍କାଙ୍କ ଉପରେ ବର୍ଷି‌ଲେ ଯୋଗୀ

Advertisment
ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ: ରାହୁଲ, ପ୍ରିୟଙ୍କାଙ୍କ ଉପରେ ବର୍ଷି‌ଲେ ଯୋଗୀ

Image Courtesy of Money Control

ନୂଆଦିଲ୍ଲୀ  : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଆଉ ଅଳ୍ପ ଦିନ ବାକିଥିବାବେଳେ ପ୍ରଚାର ଜୋରଦାର ହୋଇଛି। ତାରକା ପ୍ରଚାରକଙ୍କ ଭିଡ଼ ଲାଗିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ରାଜ୍ୟରେ ପ୍ରଚାର କରିଛନ୍ତି।

ଉନାରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ଯୋଗୀ କହିଛନ୍ତି, କଂଗ୍ରେସ ଦେଶରେ ଆତଙ୍କବାଦର ମୂଳ ସୃଷ୍ଟି କରିବା ପାଇଁ ଜାଣିଶୁଣି ଜମ୍ମୁ କାଶ୍ମୀରରେ ଧାରା ୩୭୦ ଜାରି କରିଥିଲା। ‌ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦେଶ ବହୁତ କ୍ଷତି ସହିଛି। କଂଗ୍ରେସ ଶାସନ ସମୟରେ ଉଭୟ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆତଙ୍କବାଦ ବଢ଼ିଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇଛନ୍ତି। ଜମ୍ମୁ କାଶ୍ମୀର ଏବେ ଦେଶର ଅନ୍ୟ ରାଜ୍ୟ ପରି। ଏବେ ହିମାଚଳପ୍ରଦେଶର ଲୋକ ବି ଜମ୍ମୁ କାଶ୍ମୀରରେ ଜମି କିଣିପାରିବେ ଏବଂ ନିଜର ଘର ତିଆରି କରିପାରିବେ।

ଯୋଗୀ ପୁଣି କହିଛନ୍ତି ଯେ କଂଗ୍ରେସ କେବଳ ନିଜର ସ୍ବାର୍ଥ ଏବଂ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି ପାଇଁ ଧାରା ୩୭୦ ଉଚ୍ଛେଦ କରିନଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି। ଯୋଗୀ କହିଛନ୍ତି, ଯେ‌ତେବେଳେ ବି ଦେଶରେ ସଙ୍କଟ ହୋଇଛି ସେତେବେଳେ ଏହି ଭାଇ ଭଉଣୀ ଦେଶ ଛାଡ଼ି ‌ବିଦେଶ ପଳାଇଛନ୍ତି। ଏପରିକି କରୋନା ସଙ୍କଟ ସମୟରେ ମଧ୍ୟ ସେମାନେ ଉପସ୍ଥିତ ନଥିଲେ। ଯୋଗୀ ମଧ୍ୟ ହିମାଚଳ ପ୍ରଦେଶରେ ଅଯୋଧ୍ୟା ରାମ ମନ୍ଦିର କାର୍ଡ ଖେଳିଛନ୍ତି। ଯୋଗୀ କହିଛନ୍ତି, ବିଜେପି ଶାସନ ସମୟରେ ହିଁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe