ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ଥିବା ବେଳେ କୋଭିଡ୍-୧୯ ପଜିଟିଭ୍‌ ହେଲେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ

Advertisment
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ଥିବା ବେଳେ କୋଭିଡ୍-୧୯ ପଜିଟିଭ୍‌ ହେଲେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ

Image Courtesy of India Today

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କରୋନାଭାଇରସ୍‌ ପଜିଟିଭ୍‌ ବାହାରି ଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବାରୁ ରବିବାର ଦିନ ସେ କୋଭିଡ୍‌-୧୯ଦ୍ବାରା ସଂକ୍ରମିତ କି, ନୁହେଁ ଜାଣିବା ଲାଗି ନମୁନା ପରୀକ୍ଷା କରାଇଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଜଣକୁ ଉପରୋକ୍ତ ରୁଟିନ୍‌ ଟେଷ୍ଟ୍‌ କରାଇବା ବାଧ୍ୟତାମୂଳକ ଅଟେ।

publive-image Image Courtesy of Zee News

ମୁଖ୍ୟମନ୍ତ୍ରୀ ସୁଖୁଙ୍କଠାରେ କୋଭିଡ୍‌-୧୯ ସଂକ୍ରମଣଜନିତ କୌଣସି ଉପସର୍ଗ ଦେଖାଯାଉ ନ ଥିଲେ ବି ସେ ଏକାନ୍ତବାସରେ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଏବେ ପରିବର୍ତ୍ତନ କରାଯିବ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ସୁଖୁ, ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ ଏବଂ ଅନ୍ୟାନ୍ୟ ବିଧାୟକମାନେ ଡିସେମ୍ବର ୧୬ ତାରିଖ ଦିନ ରାଜସ୍ଥାନ ଯାଇ ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିଲେ।

ଗତ ଅଳ୍ପ କିଛି ଦିନ ପୂର୍ବେ ସୁଖୁ ଦିଲ୍ଲୀ ଯାଇ ହିମାଚଳ ପ୍ରଦେଶ ‘ଏଆଇସିସି’ ପ୍ରଭାରୀ ରାଜୀବ ଶୁକ୍ଳା ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୂଦାଙ୍କ ସମତେ କେତେଜଣ କଂଗ୍ରେସ ନେତାଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe