Image Courtesy of Zee News
ନୂଆଦିଲ୍ଲୀ: ଶନିବାର ଦିନ ହିମାଚଳ ପ୍ରଦେଶ ସରକାର ଜୁନ୍ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହା ବ୍ୟତିରେକେ, ଦ୍ବାଦଶ ଶ୍ରେଣୀ ହିମାଚଳ ବୋର୍ଡ ଅଫ୍ ସ୍କୁଲ୍ ଏଡୁକେସନ୍ ପରୀକ୍ଷା ବାତିଲ କରିବାକୁ ମଧ୍ୟ ରାଜ୍ୟ ସରକାର ଏହି ବୈଠକରେ ସ୍ଥିର କରିଥିଲେ। ୧୦+୨ ବୋର୍ଡ ପରୀକ୍ଷା ବାତିଲ କରି ମୁଖ୍ୟମନ୍ତ୍ରୀ ଠାକୁର କହିଲେ ‘ସିବିଏସ୍ଇ’ ନମ୍ବର ଆକଳନ ସୂତ୍ରକୁ ଆଧାର କରି ‘ଏଚ୍ପି ବୋର୍ଡ ଅଫ୍ ସ୍କୁଲ୍ ଏଡୁକେସନ୍’ ମୂଲ୍ୟାୟନ ପାଇଁ ଉପାୟ କରିବ। ଏଥିରେ ପ୍ରାପ୍ତ ନମ୍ବରରେ ଅସନ୍ତୁଷ୍ଟ ଶିକ୍ଷାର୍ଥୀମାନେ କୋଭିଡ୍ ପରିସ୍ଥିତି ସୁଧୁରିବା ପରେ ହେବାକୁ ଥିବା ପରୀକ୍ଷା ଦେଇ ପାରିବେ।
Image Courtesy of Mintଏହାଛଡ଼ା, ରାଜ୍ୟର ସମସ୍ତ ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଔଷଧ, ଦୁଗ୍ଧ ଏବଂ ପାଉଁରୁଟି ଦୋକାନ ସବୁ ସପ୍ତାହାନ୍ତରେ ମଧ୍ୟ ସ୍ବାଭାବିକ ଭାବେ ଖୋଲା ରହିବ।
କିନ୍ତୁ, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସାଧାରଣ ପରିବହନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ୩୦% କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ସବୁ କାମ କରିବେ।
ଜୁନ୍ ୫ ତାରିଖରେ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ ୭୮୭ ନୂଆ କୋଭିଡ୍ ସଂକ୍ରମଣ ମାମଲା ଓ ୨୭ ମୃତ୍ୟୁ ରିପୋର୍ଟ କରିଥିଲା। ଏହାକୁ ମିଶାଇ ରାଜ୍ୟର ସମୁଦାୟ ସଂକ୍ରମଣ ସଂଖ୍ୟା ୧,୯୩,୯୨୪ରେ ପହଞ୍ଚିଥିଲା।
Follow Us