ପୁଣି ଫେରିଲା ଥଣ୍ଡା: ବରଫ ଚାଦର ତଳେ ପୂରା ହିମାଚଳ ପ୍ରଦେଶ; ମାତା ବୈଷ୍ଣୋ ଦେବୀ ପୀଠରେ ହେଲା ତୁଷାରପାତ... ଦେଖନ୍ତୁ ଭିଡିଓ

Advertisment
ପୁଣି ଫେରିଲା ଥଣ୍ଡା: ବରଫ ଚାଦର ତଳେ ପୂରା ହିମାଚଳ ପ୍ରଦେଶ; ମାତା ବୈଷ୍ଣୋ ଦେବୀ ପୀଠରେ ହେଲା ତୁଷାରପାତ... ଦେଖନ୍ତୁ ଭିଡିଓ

IndiaTV

ନୂଆଦିଲ୍ଲୀ: ପୁଣି ଥରେ ଥଣ୍ଡା ଲେଉଟିବା ସହ ପୂରା ଉତ୍ତର ଭାରତକୁ ଥରାଇ ରଖିଦେଇଛି। ଆଜି ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବା ଫଳରେ ସାଧାରଣ ଜନଜୀବନ ପୂରା ମାତ୍ରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂରା ହିମାଚଳ ପ୍ରଦେଶ ସତେ ଯେମିତି ଢ଼ାଙ୍କି ହୋଇ ରହିଛି ସଫେଦ୍‌ ଧଳାର ଏକ ବରଫ ଚାଦର। ଗଛ ପତ୍ର, ଘର ଦ୍ୱାର, ରାସ୍ତା ଘାଟ ଯୁଆଡ଼େ ଚାହିଁଲେ ବି ଖାଲି ବରଫ ଆଉ ବରଫ।

ପ୍ରବଳ ତୁଷାରପାତ ଫଳରେ ହିମାଚଳ ପ୍ରଦେଶର ୫ ଟି ଜାତୀୟ ରାଜପଥ ସମେତ ୪୪୬ଟି ରାଜ୍ୟ ରାଜପଥ ସଂପୂର୍ଣ୍ଣ ରୂପେ ଅବରୋଧ ହୋଇ ପଡ଼ିବା ସହ ଯାତାୟାତ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡ଼ିଛି। ସେହିପରି ୧୨୧ଟି ବିଦ୍ୟୁତ ସବ୍‌ଷ୍ଟେସନ ଓ ୧୯ଟି ପାଣି ସପ୍ଲାଇ କରୁଥିବା ପମ୍ପ ହାଉସ ବରଫରେ ପୋତି ହୋଇ ପଡ଼ିବା ଫଳରେ ବିଦ୍ୟୁତ ଓ ପାଣି ଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଜମ୍ମୁର କଟ୍‌ରା ସ୍ଥିତ ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀଙ୍କ ପୀଠରେ ମଧ୍ୟ ଆଜି ତୁଷାରପାତ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe