କିଲୋ ପ୍ରତି ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ‘ହିମାଳୟ ଭାଏଗ୍ରା’କୁ ବିପଦସଙ୍କୁଳ ତାଲିକାଭୁକ୍ତ କଲା ‘ଆଇୟୁସିଏନ୍’

Advertisment
କିଲୋ ପ୍ରତି ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ‘ହିମାଳୟ ଭାଏଗ୍ରା’କୁ ବିପଦସଙ୍କୁଳ ତାଲିକାଭୁକ୍ତ କଲା ‘ଆଇୟୁସିଏନ୍’

Image Courtesy of The Times of India

ଡେରାଡୁନ୍: ‘ହିମାଳୟ ଭାଏଗ୍ରା’ ନାମରେ ପ୍ରସିଦ୍ଧ ବିଶ୍ବର ସବୁଠୁ ମହଙ୍ଗା ଛତୁକୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ୟୁନିୟନ ଫର୍ କଞ୍ଜର୍‌ଭେସନ୍ ଅଫ୍ ନେଚର୍‌’ର ଲାଲ୍ ତାଲିକାରେ ବିଲୁପ୍ତ ହେବାକୁ ଯାଉଥିବା ପ୍ରଜାତି ଭାବେ ଦର୍ଶାଯାଇଛି। ଆନ୍ତର୍ଜାତିକ ବଜାରରେ ଏହି କବକ ବା ଛତୁର କିଲୋପିଛା ମୂଲ୍ୟ ୨୦ ଲକ୍ଷ ଟଙ୍କା।

ଜୁଲାଇ ୯ ତାରିଖ ଦିନ ରିଲିଜ୍‌ ହୋଇଥିବା ଏହି ତାଲିକାରେ ଶାରୀରିକ ଉତ୍ତେଜନା ସୃଷ୍ଟିକାରୀ ଏହି କବକକୁ ‘ବିପଦସଙ୍କୁଳ’ ଅର୍ଥାତ୍ ବିଲୁପ୍ତ ହେବାକୁ ଯାଉଥିବା କବକ ଭାବେ ସ୍ଥାନିତ କରାଯାଇଛି। କାରଣ ସମ୍ପର୍କରେ ଲେଖିବାକୁ ଯାଇ ‘ଆଇୟୁସିଏନ୍‌’ କହିଛି, ମାତ୍ରାଧିକ ଅମଳ କରି ନିଆଯାଉଥିବାରୁ ଗତ ୧୫ ବର୍ଷ ମଧ୍ୟରେ ଏହାର ଉତ୍ପତ୍ତି ପ୍ରାୟ ୩୦% ହ୍ରାସ ପାଇଲାଣି। ଲାଲ୍ ତାଲିକାଭୁକ୍ତ କରାଯିବାର କାରଣ ହେଉଛି ସରକାରଙ୍କୁ ଏହାର ସଂରକ୍ଷଣ ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ ନିମନ୍ତେ ସଚେତନ କରାଇବା।

publive-image

ସମ୍ପୃକ୍ତ ଜିଲ୍ଲାମାନଙ୍କରୁ ଏହି ଛତୁ ସଂଗ୍ରହ ପାଇଁ ଗତବର୍ଷ ଉତ୍ତରାଖଣ୍ଡ ପ୍ରଶାସନ ହଜାର ହଜାର ଗ୍ରାମବାସୀଙ୍କୁ ପାସ୍ ଦେଇଥିଲା। ସଁବାଳୁଆ ସଦୃଶ ଦିଶୁଥିବାରୁ ଉତ୍ତରାଖଣ୍ଡରେ ଏହାକୁ ‘କିଡ଼ା ଜାଦି’ ବୋଲି କହନ୍ତି। ଏହା ହିମାଳୟ ଓ ତିବ୍ବତୀୟ ଅଞ୍ଚଳ ଏବଂ ଚୀନ୍, ଭୁଟାନ ଓ ନେପାଳ ତଥା ଭାରତରେ ଉଠିଥାଏ।

ସ୍ଥାନୀୟ ବଜାରରେ ଏହି ଛତୁ କିଲୋପିଛା ୧୦ ଲକ୍ଷ ଟଙ୍କାରେ ବିକ୍ରି ହେବା ପରେ ଚୀନ୍ ଭଳି ଆନ୍ତର୍ଜାତିକ ବଜାରେ କିଲୋ ପ୍ରତି ୨୦ ଲକ୍ଷ ଟଙ୍କାରେ ବିକ୍ରୟ ହୁଏ।

କିନ୍ତୁ, ଏ ବର୍ଷ କୋଭିଡ୍-୧୯ ବିସ୍ତାର ଯୋଗୁଁ ଏହି ଛତୁ ତୋଳିବାକୁ କୌଣସି ପାସ୍ ଦିଆଯାଇ ନାହିଁ। ବନ କର୍ମଚାରୀମାନେ କହିଛନ୍ତି ଯେ, ଏ ବର୍ଷ ଅମଳ ନ ହେଉଥିବାରୁ ଆସନ୍ତାବର୍ଷ ଏହାର ମୂଲ୍ୟ ଆହୁରି ବଢ଼ିଯାଇ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe