ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତଙ୍କ ଶପଥ ଗ୍ରହଣ

Advertisment
ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତଙ୍କ ଶପଥ ଗ୍ରହଣ

ଗୌହାଟି: ଆଜି ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ବ ଶର୍ମା(୫୨) ଶପଥ ନେଇଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥପାଠ କରାଇଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ ତାଙ୍କ ସହିତ ୧୩ ଜଣ ଅନ୍ୟ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ନିରାଡ଼ମ୍ବର ଶପଥଗ୍ରହଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଵାଲ, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ରମେଶ ତେଲି, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫୁ ରିଓ ଏବଂ ଆସାମ କଂଗ୍ରେସ ମୁଖ୍ୟ ରିପୁନ ବୋରା ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ରାଜ୍ୟର ମନ୍ତ୍ରିମଣ୍ଡଳରେ ଅର୍ଥ, ସ୍ବାସ୍ଥ୍ୟ ଓ ଶିକ୍ଷା ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଥିବା ଶ୍ରୀ ଶର୍ମା ୧୫ତମ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ସୂଚନା ଥାଉ କି, ବିଜେପି ନେତୃତ୍ବାଧୀନ ଉତ୍ତରପୂର୍ବ ଗାଣତନ୍ତ୍ରିକ ମେଣ୍ଟ(ନେଡ଼ା)ର ଆବାହକ ଥିବା ଶ୍ରୀ ଶର୍ମାଙ୍କୁ ଗତକାଲି ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିଲା। ଆଗାମୀ ୫ ବର୍ଷ ଭିତରେ ସେ ଆସାମକୁ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବେ ବୋଲି ଶପଥଗ୍ରହଣ ପରେ ପରେ ହିମନ୍ତ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe