ନୂଆଦିଲ୍ଲୀ : ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଆଦାନି ଗ୍ରୁପ୍ ବିରୋଧରେ ବିଭିନ୍ନ ଆଇନ ଅଧୀନରେ ମକଦ୍ଦମା ଚଳାଇବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ମଧ୍ୟପ୍ରଦେଶର କଂଗ୍ରେସ ନେତା ଜୟା ଠାକୁର ଏହି ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଆଜି ଉକ୍ତ ଆବେଦନର ଶୁଣାଣି ପାଇଁ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆସନ୍ତା ଫେବ୍ରୁଆରି ୧୭ ତଥା ଶୁକ୍ରବାର ଦିନ କଂଗ୍ରେସ ନେତାଙ୍କ ଆବେଦନର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆଦାନି ଗ୍ରୁପ୍ ଦ୍ବାରା ଷ୍ଟକ୍ ଜାଲିଆତି ହୋଇଛି ବୋଲି ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି।
ହିଣ୍ଡେନବର୍ଗ ରିପୋର୍ଟ: କଂଗ୍ରେସ ନେତାଙ୍କ ଆବେଦନର ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମ୍କୋର୍ଟ
Advertisment
Follow Us