ହିନ୍ଦୀ ରାଜନୀତି ଅନେକ ଦକ୍ଷିଣ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ କରିଛି: କୁମାରସ୍ବାମୀ

Advertisment
ହିନ୍ଦୀ ରାଜନୀତି ଅନେକ ଦକ୍ଷିଣ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ କରିଛି: କୁମାରସ୍ବାମୀ

Image Courtesy of TOI

ବେଙ୍ଗାଲୁରୁ: ‘ହିନ୍ଦୀ ରାଜନୀତି’ କାରଣରୁ ଅନେକ ଦକ୍ଷିଣ ଭାରତୀୟ ନେତା ଦେଶର ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବା କଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌. ଡି.  କୁମାରସ୍ବାମୀ କହିଛନ୍ତି। ହିନ୍ଦୀ ଜାଣି ନ ଥିବାରୁ ତାମିଲ ରାଜନେତ୍ରୀ କାନିମୋଜି କରୁଣାନିଧିଙ୍କ ଜାତୀୟତା ଉପରେ ପ୍ରଶ୍ନ ଉଠିବା ପରେ କୁମାରସ୍ବାମୀ ଏ କଥା କହିଛନ୍ତି।

ସେ କହିଛନ୍ତି, କାନିମୋଜିଙ୍କୁ ପ୍ରଶ୍ନ ପଚରାଯାଇଥିଲା, ‘ଆପଣ କ’ଣ ଭାରତୀୟ?’ ଭଗିନୀ କାନିମୋଜିଙ୍କୁ ହୋଇଥିବା ଅପମାନ ବିରୋଧରେ ମୁଁ ସ୍ବର ଉତ୍ତୋଳନ କରୁଛି। ହିନ୍ଦୀ ରାଜନୀତି ଦ୍ବାରା କିଭଳି ବୈଷମ୍ୟ ସୃଷ୍ଟି କରାଯାଇ ଦକ୍ଷିଣର ରାଜନେତାଙ୍କ ଠାରୁ ସୁଯୋଗ ଛଡ଼ାଇ ନିଆଯାଇଥିଲା ଏବେ ସେ ବିଷୟରେ ବିତର୍କ କରିବା ଉଚିତ।

ସେ କହିଛନ୍ତି, ହିନ୍ଦୀ ରାଜନୀତି ଅନେକ ଦକ୍ଷିଣ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ କରିଛି। ସେମାନଙ୍କ ମଧ୍ୟରୁ ପ୍ରଧାନ ହେଉଛନ୍ତି କରୁଣାନିଧି ଓ କାମରାଜ। ଦେବେ ଗୌଡ଼ା ଏହି ବାଧକ ଭାଙ୍ଗିବାରେ ସଫଳ ହୋଇଥିଲେ ମଧ୍ୟ ଭାଷା କାରଣରୁ କେତେକ ଘଟଣାରେ ସେ ସମାଲୋଚନା ଓ ବିଦ୍ରୂପର ସରବ୍ୟ‌ ହୋଇଥିଲେ।

publive-image Image Courtesy of Karnatak News

୯୦ ଦଶକର ଶେଷ ଆଡ଼କୁ ତାଙ୍କ ବାପା ଦେବେ ଗୌଡ଼ା ପ୍ରଧାନମନ୍ତ୍ରୀ ଥିବା ସମୟରେ ‘ହିନ୍ଦୀ ରାଜନୀତି’ ତାଙ୍କୁ ହିନ୍ଦୀରେ ସ୍ବାଧୀନତା ଦିବସ ଭାଷଣ ପ୍ରଦାନ କରିବାକୁ ବାଧ୍ୟ କରିଥିଲା। ‌କେବଳ ବିହାର ଏବଂ ଉତ୍ତର ପ୍ରଦେଶର କୃଷକମାନଙ୍କ ପାଇଁ ଦେବେ ଗୌଡ଼ା ଏଥିରେ ରାଜି ହୋଇଥିଲେ। ଦେଶରେ ହିନ୍ଦୀ ରାଜନୀତି କେଉଁ ପର୍ଯ୍ୟନ୍ତ କାମ ନ କରୁଛି। ନିଜେ ସାଂସଦ ଥିବା ଦିନ ସବୁର ଅନୁଭୂତି ସ୍ମରଣ କରି କୁମାରସ୍ବାମୀ କହିଛନ୍ତି ଶାସକ ଶ୍ରେଣୀ ଦକ୍ଷିଣ ଭାରତୀୟଙ୍କୁ ଘୃଣାର ସହ ଏଡ଼ାଇ ଦିଅନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣହିନ୍ଦୀ ରାଜନୀତିଜ୍ଞଙ୍କୁ ସମ୍ମାନ ଦିଅନ୍ତି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାକିରି କ୍ଷେତ୍ରରେ ସର୍ବ ଭାରତୀୟ ପରୀକ୍ଷା ଦେବା ପାଇଁ କେବଳ ହିନ୍ଦୀ ଓ ଇଂରାଜୀ ଭାଷା ଉପରେ ଆଲୋକପାତ କରାଯାଉଛି। ଏଥର ପରୀକ୍ଷା ନିମନ୍ତେ ବି କନ୍ନଡ଼ ଭାଷାର ସ୍ଥାନ ନାହିଁ। ପ୍ରତ୍ୟେକ ଭାଷାକୁ ସ୍ନେହ ଓ ସମ୍ମାନ ଦେବା ଆବଶ୍ୟକ। ଭାରତୀୟ ଭାଷାମାନଙ୍କ ମଧ୍ୟରୁ ହିନ୍ଦୀ ଗୋଟିଏ ବୋଲି ସରକାର କହୁଥିବା ବେଳେ ହିନ୍ଦୀର ପ୍ରଚାର ଓ ପ୍ରସାର ନିମନ୍ତେ ଭାରତ ଓ ବିଦେଶରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe