Image Courtesy of The Times of India
ଚେନ୍ନାଇ: ଆୟୁଷ ମନ୍ତ୍ରାଳୟ ଯୋଗ ତାଲିମଦାତାଙ୍କ ଲାଗି କେବଳ ହିନ୍ଦୀ ଭାଷାରେ ଏକ ଜାତୀୟସ୍ତରୀୟ ଭର୍ଚ୍ୟୁଆଲ୍ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ତାମିଲନାଡୁ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଯୋଗ ଓ ନେଚରୋପାଥି ଚିକିତ୍ସକମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ତାଲିମଦାତାମାନେ ଯାହା କହିଲେ ସେ ସବୁ ତାମିଲନାଡୁର ଅଂଶଗ୍ରହଣକାରୀଙ୍କ ମୁଣ୍ଡରେ ନ ପଶିବାରୁ ସେମାନେ ସବୁ କଥା ଇଂରାଜୀରେ ବୁଝାଇ ଦେବାକୁ ତାଲିମଦାତାମାନଙ୍କୁ କହିଲେ। କେତେକ ଅଂଶଗ୍ରହଣକାରୀଙ୍କ ମତରେ, ତାଲିମଦାତାଙ୍କୁ ସେମାନେ କରିଥିବା ଅନୁରୋଧ ଆୟୁଷ ମନ୍ତ୍ରାଳୟର ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କୁ ଭଲ ଲାଗି ନ ଥିଲା। ସେ କହିଲେ, ଯେଉଁମାନେ ହିନ୍ଦୀ ବୁଝି ପାରୁନାହାନ୍ତି, ସେମାନେ ଅଧିବେଶନରୁ ଚାଲିଯାଆନ୍ତୁ। ସେ ଆହୁରି ମଧ୍ୟ କହିଲେ ଯେ, ସେ ଭଲଭାବେ ଇଂରାଜୀ କହିପାରନ୍ତି ନାହିଁ। ଅଂଶଗ୍ରହଣକାରୀମାନେ ତାଙ୍କ ଅସୁବିଧାର କାରଣ ଖୋଜିବାରୁ ସେ କହିଲେ ଯେ, ସମସ୍ୟା ସୃଷ୍ଟିକାରୀଙ୍କୁ ଚିହ୍ନଟକରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବାକୁ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ନିକଟରେ ଏ ପ୍ରସଙ୍ଗ ଉତ୍ଥାପନ କରିବେ।
Image Courtesy of The Times of Indiaଫଳରେ ଆୟୁଷ ସ୍ବାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରର ମାଷ୍ଟର୍ ଟ୍ରେନର୍ମାନଙ୍କ ନିମନ୍ତେ ମୋରାରଜୀ ଦେଶାଇ ଜାତୀୟ ପ୍ରତିଷ୍ଠାନ ଦ୍ବାରା ଆୟୋଜିତ ତିନି ଦିନ ଧରି ଆୟୋଜନ କରିଥିବା ଭର୍ଚ୍ୟୁଆଲ୍ ତାଲିମ୍ ମଧ୍ୟ ଭାଷା ବିବାଦ ମଧ୍ୟରେ ଶେଷ ହୋଇଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଦ୍ରବିଡ଼ ମୁନ୍ନେତ୍ର କାଝାଗାମ ନେତ୍ରୀ ତଥା ଲୋକସଭା ସଦସ୍ୟା କାନିମୋଝି ଶନିବାର ଦିନ ଟୁଇଟ୍ କରି କହିଛନ୍ତି ଯେ, ଅଣହିନ୍ଦୀ ଅଂଶଗ୍ରହଣକାରୀମାନେ ତାଲିମ ଅଧିବେଶନ ଛାଡ଼ି ଚାଲିଯାଆନ୍ତୁ ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ମନ୍ତବ୍ୟ ହିନ୍ଦୀ ଆଧିପତ୍ୟ ଜାହିର ହେବା ସାବ୍ୟସ୍ତ କରାଉଛି। ଏହା ଅତି ନିନ୍ଦନୀୟ।
Follow Us