ହିନ୍ଦୁ ଏକତା ଯାତ୍ରାରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ଼

ବାବା ବାଗେଶ୍ୱରଙ୍କ ହିନ୍ଦୁ ଏକତା ଯାତ୍ରା ସମୟରେ କେହି ଜଣେ ତାଙ୍କ ଉପରକୁ ମୋବାଇଲ୍ ଫୋନ୍ ଫିଙ୍ଗିଥିଲେ, ଯାହା ବାବାଙ୍କ ଗାଲରେ ବାଜିଥିଲା। ଏହି ଘଟଣା ପରେ ଏବେ ବାବାଙ୍କ ଯାତ୍ରାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

tdhirr

ଝାନ୍ସି: ବାଗେଶ୍ୱର ଧାମର ପୀଠାଧିଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ହିନ୍ଦୁ ଏକତା ଯାତ୍ରା କରୁଛନ୍ତି। ୬ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା‌ ଏବେ ଉତ୍ତରପ୍ରଦେଶର ଝାନ୍ସିରେ ପହଞ୍ଚିଛି। ଏହି ଯାତ୍ରା ସମୟରେ କିଛି ଲୋକ ବାବାଙ୍କ ଉପରେ ମୋବାଇଲ୍ ଫୋନ୍ ଫିଙ୍ଗିଥିବା ସାମ୍ନାକୁ ଆସିଛି। ଫୁଲ ସହ ମୋବାଇଲ ଫିଙ୍ଗାଯାଇଥିବା ବେଳେ ମୋବାଇଲଟି ଆସି ବାବାଙ୍କ ଗାଲରେ ବାଜିଥିଲା ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, କେହି ଜଣେ ଆମ ଉପରକୁ ମୋବାଇଲ୍ ଫିଙ୍ଗି ଦେଇଛନ୍ତି। ଆମକୁ ମୋବାଇଲ ମିଳିଯାଇଛି। 

କୁହାଯାଉଛି ଯେ, ଏହି ଘଟଣା ଘଟିବା ସମୟରେ ବାବା ତାଙ୍କ ଭକ୍ତମାନଙ୍କ ସହିତ ପଦଯାତ୍ରା କରୁଥିଲେ। ସେ ମାଇକ୍ରୋଫୋନ୍ ମାଧ୍ୟମରେ ତାଙ୍କ ସହ ଥିବା ଭକ୍ତ ଏବଂ ସମର୍ଥକମାନଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ କେହି ଜଣେ ଫୁଲ ସହିତ ମୋବାଇଲ୍ ଫୋନ ଫିଙ୍ଗି ଦେବାରୁ ବାବାଙ୍କ ଗାଲରେ ଆସି ମୋବାଇଲ ମାଡ଼ ହୋଇଥିଲା। ତେବେ କେହି ଜାଣିଶୁଣି ଏଭଳି କରିଥିଲା ନା ଭୁଲବଶତଃ ଏଭଳି ଘଟିଥିଲା, ତାହା ଜଣାପଡ଼ିନାହିଁ।

ଆଜି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ହିନ୍ଦୁ ଏକତା ଯାତ୍ରାର ଷଷ୍ଠ ଦିନ। ବାଗେଶ୍ୱର ଧାମରୁ ଓରଛା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାକୁ ବିପୁଳ ସମର୍ଥନ ମିଳିଛି | ତାଙ୍କ ସହ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି। ବାବାଙ୍କୁ ଫୁଲ ସହିତ ଲୋକେ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି।

ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ବାବାଙ୍କ ଏହି ଯାତ୍ରାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଦି ଗ୍ରେଟ୍ ଖଲି ମଧ୍ୟ ଭାଗ ନେଇସାରିଛନ୍ତି | ଏହା ବ୍ୟତୀତ ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗିୟ, ବିଜେପି ବିଧାୟକ ରାଜେଶ୍ୱର ଶର୍ମା ଏବଂ କଂଗ୍ରେସ ବିଧାୟକ ଜୟବର୍ଦ୍ଧନ ସିଂଙ୍କ ସମେତ ଅନେକ ନେତା ତାଙ୍କ ଯାତ୍ରାକୁ ସମର୍ଥନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe