ପାକିସ୍ତାନରେ ହିନ୍ଦୁ ଝିଅ ଅପହରଣ;  ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ କରାଇଲେ ଟ୍ୟୁସନ୍‌ ଶିକ୍ଷକ

Advertisment
ପାକିସ୍ତାନରେ ହିନ୍ଦୁ ଝିଅ ଅପହରଣ;  ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ କରାଇଲେ ଟ୍ୟୁସନ୍‌ ଶିକ୍ଷକ

Image Courtesy of India Today

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଜଣେ ହିନ୍ଦୁ ଝିଅକୁ ଅପହରଣ କରି ନିଆଯାଇ ଜବରଦସ୍ତି ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ ଦିଆଯାଇଥିବା କଥା ତାଙ୍କର ବାପା ଅଭିଯୋଗ କରିଥିବା କଥା ‘ଇଣ୍ଡିଆ ଟୁ‌ଡେ’ ରିପୋର୍ଟ କରିଛି।

ସୁହାନା ନାମକ ସେ ଝିଅକୁ ତା’ର ଟ୍ୟୁସନ୍‌ ଶିକ୍ଷକ ଅଖ୍‌ତାର୍‌ ଅପହରଣ କରିନେଇ ସିନ୍ଧ୍‌ ପ୍ରଦେଶର ବେନାଜିର୍‌ବାଦ୍‌ ଜିଲ୍ଲା ଅନ୍ତର୍ଗତ କାଜି ଅହମଦ୍‌ ତାଲୁକ୍‌କୁ ପଠାଇ ଦେଇଥିଲେ।

ଘଟଣା ସଂକ୍ରାନ୍ତରେ ସୂଚନା ଦେଇ ୧୪ ବର୍ଷୀୟ ସୁହାନାର ବାପା ଦିଲୀପ କୁମାର କହିଛନ୍ତି, ଅଖ୍‌ତାର୍‌ ଗାବୋଲ୍‌, ଫୈଜାନ୍‌ ଜାଟ୍‌ ଏବଂ ସାରଙ୍ଗ୍‌ ଖାସ୍‌ଖେଲି ନାମରେ ୩ଜଣ ସଶସ୍ତ୍ର ବ୍ୟକ୍ତି ଆମ ଘରେ ପଶି ସୁନା ଗହଣା ଲୁଟ୍‌ କରିବା ସହିତ ବନ୍ଧୁକ ଦେଖାଇ ସୁହାନାକୁ ଅପରହଣ କରିନେଲେ।

publive-image Image Courtesy of News 18

ଦିଲୀପ କୁମାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଝିଅକୁ ଆଉ ଫେରି ପାଇବେ ବୋଲି ଆଶା ରଖି ନାହାନ୍ତି। କାରଣ, ପୁଲିସ କହୁଛି କି, ସୁହାନା ସ୍ବଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିଛି।

ପାକିସ୍ତାନରେ ହିନ୍ଦୁ ଝିଅ ଓ ମହିଳାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ମାମଲା ନିରବଚ୍ଛିନ୍ନ ଭାବେ ଚାଲିଛି। ସୂଚନାଯୋଗ୍ୟ, ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ହିଁ ଅଧିକାଂଶ ହିନ୍ଦୁ ବସବାସ କରୁଛନ୍ତି।

ପାକିସ୍ତାନ ମାନବ ଅଧିକାର କମିସନ୍‌ ସୂଚନା ଅନୁସାରେ, ଦେଶର ସମୁଦାୟ ଜନସଂଖ୍ୟା ୨୦୭ ନିୟୁତରୁ ୯୬% ହେଉଛନ୍ତି ମୁସଲ୍‌ମାନ୍‌, ୨.୧% ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ପ୍ରାୟ ୧.୬%।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe