ପାକିସ୍ତାନରେ ହିନ୍ଦୁ ମନ୍ଦିର ଧ୍ବସ୍ତ, ୨୬ ଗିରଫ

Advertisment
ପାକିସ୍ତାନରେ ହିନ୍ଦୁ ମନ୍ଦିର ଧ୍ବସ୍ତ, ୨୬ ଗିରଫ

ଇସଲାମାବାଦ୍ : ଉତ୍ତରପଶ୍ଚିମ ପାକିସ୍ତାନରେ କିଛି ବିଶୃ୍ଙ୍ଖଳ ଜନତା ଏକ ହିନ୍ଦୁ ମନ୍ଦିରକୁ ଧ୍ବସ୍ତ କରିବା ସହ ମନ୍ଦିରରେ ନିଆଁ ଲଗାଇ ଦେଇଛନ୍ତି। ଏହାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ମିଳିଥିବା ସୂଚନାନୁଯାୟୀ ଉତ୍ତରପଶ୍ଚିମ ଖାଇବର୍‌ ପଖତୁଙ୍ଖୱା ପ୍ରଦେଶ ସ୍ଥିତ କରକ୍‌ ଜିଲ୍ଲାରେ ଉପସ୍ଥିତ ଏକ ହିନ୍ଦୁ ମନ୍ଦିରର ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ କରି ଜମିଆତ୍‌ ଉଲେମା-ଏ-ଇସଲାମ୍‌ ପାର୍ଟି ସମର୍ଥକମାନେ ଆନ୍ଦୋଳନ କରିଥିଲେ ଏବଂ ସେମାନେ ପୁରୁଣା ମନ୍ଦିର ନିକଟରେ ନିର୍ମାଣ ଚାଲିଥିବା ନୂଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭଙ୍ଗାରୁଜା କରିଥିଲେ। ପୁଲିସ ସୂଚନାନୁଯାୟୀ କିଛି ବିଶୃଙ୍ଖଳ ଜନତା ମନ୍ଦିର‌ରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ପ‌ରେ ସେମାନେ ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ। ଜିଲ୍ଲା ପୁଲିସ ମୁଖ୍ୟ ଇରଫାନୁଲା ଖାନ୍‌ କହିଛନ୍ତି , ଆକ୍ରମଣରେ ସାମିଲ ଥିବା ନେଇ ୨୪ ଜଣ ଗିରଫ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଏହି ମନ୍ଦିରଟି ପ୍ରାୟ ୧୦୦ ବର୍ଷ ତଳେ ନିର୍ମାଣ ହୋଇଥିଲା। କିନ୍ତୁ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ୧୯୪୭ରେ ଏହି ସ୍ଥା‌ନ ଛାଡ଼ି ଦେଇଥିଲେ। ପରେ ୧୯୯୭ ବେଳକୁ ଏହି ମନ୍ଦିରକୁ ମୁସଲିମ୍‌ମାନେ ଦଖଲ କରିନେଇଥିଲେ। ଏହାକୁ ହିନ୍ଦୁ ସମ୍ପ୍ରଦାୟ ବିରୋଧ କରିବାପରେ କୋର୍ଟରେ ନ୍ୟାୟିକ ଲଢ଼େଇ ଚାଲିଲା। ୨୦୧୫ରେ ପାକିସ୍ତାନ ସୁପ୍ରିମକୋର୍ଟ ଏହି ମନ୍ଦିରଟିକୁ ହିନ୍ଦୁ ସମ୍ପ୍ରଦାୟକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଭବିଷ୍ୟତରେ ଏହି ମନ୍ଦିର ସମ୍ପ୍ରସାରଣ ନହେବା ସର୍ତ୍ତରେ କୋର୍ଟ ଏହି ରାୟ ଦେଇଥିଲେ। ଆଜିର ଏହି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ମାନବ ଅଧିକାର ସାମାଜିକ କର୍ମୀ ଏବଂ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe