ବିଏଚୟୁ-ଏଏମୟୁରୁ ହିନ୍ଦୁ, ମୁସ୍‌ଲିମ ଶବ୍ଦ ହଟାଅ

Advertisment

ୟୁଜିସିର ପ୍ରସ୍ତାବ

ୟୁଜିସିର ପ୍ରସ୍ତାବ

ବିଏଚୟୁ-ଏଏମୟୁରୁ ହିନ୍ଦୁ, ମୁସ୍‌ଲିମ ଶବ୍ଦ ହଟାଅ

ନୂଆଦିଲ୍ଲୀ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ)ରୁ ହିନ୍ଦୁ ଓ ମୁସ୍‌୍‌ଲିମ ଶବ୍ଦ ହଟାଇବାକୁ ୟୁଜିସି ପରାମର୍ଶ ଦେଇଛି। ୟୁଜିସିର ଏକ ପ୍ୟାନେଲ ଆଜି ବିଏଚୟୁ ଏବଂ ଏଏମୟୁରୁ ହିନ୍ଦୁ ମୁସଲିମ୍‌ ଶବ୍ଦ ହଟାଇବାକୁ ପରାମର୍ଶ ଦେବା ସହ ଏହି ଦୁଇଟି ଶବ୍ଦ ସେମାନଙ୍କ ଧର୍ମନିରପେକ୍ଷ ଚରିତ୍ରର ପ୍ରତିଫଳନ କରୁନାହିଁ ଏବଂ ଏହା ଉଠିଯିବା ଦରକାର ବୋଲି ସୁପାରିଶ କରିଛି। ଏଏମ୍‌ୟୁର ଅଡିଟ ରିପୋର୍ଟରେ ଏହା ଦର୍ଶାଯାଇଛି। ୧୦ ବିଶ୍ୱବିଦ୍ୟାଳୟରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଗଠିତ ହୋଇଥିବା ୫ଟି ପ୍ୟାନେଲ୍‌ ମଧ୍ୟରୁ ଗୋଟିଏ ପ୍ୟାନେଲ ଏହି ସୁପାରିଶ କରିଛନ୍ତି।

ପ୍ୟାନେଲର ସଦସ୍ୟମାନେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ନାମ କେବଳ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଏବଂ ବନାରସ ବିଶ୍ୱବିଦ୍ୟାଳୟ ରହିବ ନଚେତ୍‌ ଏହାର ପ୍ରତିଷ୍ଠାତାଙ୍କ ନାମ ଅନୁଯାୟୀ ବିଶ୍ୱବିଦ୍ୟାଳୟକୁ ନାମିତ କରାଯିବ। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ୟୁନିଭର୍ସିଟି ଗୁଡ଼ିକ ଧର୍ମନିରପେକ୍ଷ ଅନୁଷ୍ଠାନ, କିନ୍ତୁ ଧର୍ମ ସହ ଜଡ଼ିତ ଏହି ଶବ୍ଦ ଗୁଡ଼ିକ ସେମାନଙ୍କ ଚରିତ୍ରକୁ ପ୍ରତିଫଳନ କରୁନାହିଁ ବୋଲି ପ୍ୟାନେଲ ଦର୍ଶାଇଛନ୍ତି। ତେବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ବିଏଚୟରୁ , ଏଏମୟୁର ନାମ ପରିବର୍ତ୍ତନ ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି କି ଏଥିନେଇ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe