ସର୍ଜିକାଲ୍‌ ଷ୍ଟ୍ରାଇକ୍‌-୨: ମିରେଜ ୨୦୦୦ ଲଢୁଆ ବିମାନ ସହ ୨୦ ମିନିଟ୍‌ର ଏହି ଅପରେସନରେ ଡ୍ରୋନ୍‌ ବି ବ୍ୟବହାର କରାଯାଇଥିଲା

Advertisment
ସର୍ଜିକାଲ୍‌ ଷ୍ଟ୍ରାଇକ୍‌-୨: ମିରେଜ ୨୦୦୦ ଲଢୁଆ ବିମାନ ସହ ୨୦ ମିନିଟ୍‌ର ଏହି ଅପରେସନରେ ଡ୍ରୋନ୍‌ ବି ବ୍ୟବହାର କରାଯାଇଥିଲା

ନୂଆଦିଲ୍ଳୀ: ଭାରତୀୟ ବାୟୁସେନା ମଙ୍ଗଳବାର ନିୟନ୍ତ୍ରଣ ରେଖା ପାର୍‌ କରି ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀଙ୍କୁ ନିହତ କରିବା ଘଟଣା ଏବେ ସମଗ୍ର ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି। ଇଟାର ଜବାବ ପଥରରେ ଦେଇ ପ୍ରତିଶୋଧ ନେଇଛି ଭାରତ। ପୁଲଓ୍ଵାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ମଙ୍ଗଳବାର ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ବୋମା ପକାଇ ପାକିସ୍ତାନୀ ଆତଙ୍କବାଦୀମାନଙ୍କର ସମସ୍ତ ଶିବିରକୁ ଧ୍ୱଂସ କରି ଦେଇଥିବା ଘଟଣା ଏବେ ଦେଶବାସୀଙ୍କ ପାଇଁ ଖୁସି ଆଣି ଦେଇଛି। ତେବେ, ଚାଲନ୍ତୁ ଜାଣିବା ଏହି ସର୍ଜିକାଲ୍‌ ଷ୍ଟାଇକ୍‌-୨କୁ ନେଇ କିଛି ଗରୁତ୍ୱପୂର୍ଣ୍ଣ କଥା।

: ଭାରତୀୟ ସେନା ବିମାନ ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ପ୍ରଥମେ ‘ପେଲୋଡ୍‌ ରିଲିଜ୍‌’ କରିଥିଲା।

: ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏହି ସର୍ଜିକାଲ୍‌ ଷ୍ଟାଇକ୍‌ରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି।

: ୨୦ ମିନିଟ୍‌ ଧରି ଅପରେସନ ଚାଲିଥିଲା ବୋଲି ସୂଚନା ରହିଛି।

publive-image

: ନିୟନ୍ତ୍ରଣ ରେଖାଠାରୁ ୫୦ କିଲୋମିଟର୍‌ ଦୂରରେ ଥିବା ବାଲାକୋଟଠାରେ ଏହି ସଜିର୍କାଲ ଷ୍ଟାଇକ୍‌ ହୋଇଥିଲା।

: ଭାରତୀୟ ବାୟୁ ସେନା ମିରେଜ୍ ଜେଟ୍‌ ଶେଷ ଥର ପାଇଁ ୧୯୭୧ ମସିହା ଯୁଦ୍ଧରେ ବ୍ୟବହାର କରିଥିଲା।

: ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୂଚିତ କରିଥିଲେ।

: ଅପରେସନରେ ଡ୍ରୋନ ବି ବ୍ୟବହାର କରାଯାଇଥିଲା।

: ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହେମୁଦ୍‌ କ୍ୱାରେସି ଏକ ଜରୁରିକଳୀନ ବୈଠକ ଡକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe