ନୂଆଦିଲ୍ଲୀ: କୋଭିଡ-୧୯ର ତୃତୀୟ ଲହର ପିଲାଙ୍କ ପାଇଁ ଅଧିକ ବିପଦ ବୋଲି କୁହାଯାଉଥିବା ବେଳେ ଅଭିଭାବକ ମଧ୍ୟରେ ଏକ ପ୍ରକାର ଭୟ ଦେଖା ଦେଇଛି। ଏହି କ୍ରମରେ ଇଣ୍ଡୋନେସିଆରେ ଯେଭଳି ଭାବେ କୋଭିଡ ପିଲାଙ୍କ ଉପରେ ପ୍ରଭାବ ପକାଇଛି ତାହା ଚିନ୍ତାର କାରଣ ପାଲଟିଛି।
ଡେଲଟା ଭାରିଏଣ୍ଟ ଗତ ମାସକ ମଧ୍ୟରେ ପ୍ରତି ସପ୍ତାହରେ ୧୦୦ରୁ ଅଧିକ ପିଲାଙ୍କ ଜୀବନ ନେଉଛି। ମୃତ୍ୟୁ ହୋଇଥିବା ପିଲାଙ୍କ ମଧ୍ୟରେ ୫ବର୍ଷରୁ କମ ବୟସର ପିଲା ବି ରହିଛନ୍ତି।
ଇଣ୍ଡୋନେସିଆରେ କରୋନାରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ୧୨.୫ ପ୍ରତିଶତ ରହିଛି। ସେହିପରି ୩୦ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଏଥିରେ ୮୩ହଜାର ଲୋକଙ୍କ ମୃତ୍ୟୁ ହୋଇଛି। କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏଯାବତ ୮୦୦ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଏଥିମଧ୍ୟରୁ ଗତମାସରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି। ଗତ ଶୁକ୍ରବାର ଇଣ୍ଡୋନେସିଆରୁ କରୋନାର ୫୦ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୧୫୬୬ଜଣଙ୍କ ମୃତ୍ୟୁ ହୋଇଛି।
Follow Us