ବିଜେପି ଶାସିତ ଗୋଆରେ ଇତିହାସକାର ରାମଚନ୍ଦ୍ର ଗୁହା ଗୋମାଂସ ଖାଉଥିବାର ଫଟୋ ଟୁଇଟ୍ କଲେ; ଅାରମ୍ଭ ହେଲା ବିବାଦ

Advertisment
ବିଜେପି ଶାସିତ ଗୋଆରେ ଇତିହାସକାର ରାମଚନ୍ଦ୍ର ଗୁହା ଗୋମାଂସ ଖାଉଥିବାର ଫଟୋ ଟୁଇଟ୍ କଲେ; ଅାରମ୍ଭ ହେଲା ବିବାଦ

ପଣଜୀ: ଜଣାଶୁଣା ଇତିହାସକାର ରାମଚନ୍ଦ୍ର ଗୁହା ନିଜର ଏକ ଫଟୋ ଓ ଟୁଇଟକୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାମଚନ୍ଦ୍ର ଗୁହା ଶୁକ୍ରବାର ଟ୍ୱିଟରରେ ଏକ ଫଟୋ ସେୟାର କରି ସେ ଗୋମାଂସ ଖାଉଛନ୍ତି ବୋଲି ଲେଖିଥିଲେ ।

ଏହି ପୋଷ୍ଟରେ ଗୁହା ଲେଖିଛନ୍ତି କି, ବିଜେପି ଶାସିତ ରାଜ୍ୟ ଗୋଆ ଗସ୍ତରେ ଅଛନ୍ତି  ଏବଂ ପୁରୁଣା ଗୋଆରେ ମଧ୍ୟାହ୍ନ ଭୋଜନରେ ଗୋମାଂସ ଖାଉଛନ୍ତି । ରାମଚନ୍ଦ୍ର ଗୁହା ଟ୍ୱିଟ କରିଛନ୍ତି କି, “ପୁରୁଣା ଗୋଆରେ ଏକ ମନୋରମ ସକାଳ ବିତାଇବା ପରେ ଆମେ ପଣଜୀରେ ମଧ୍ୟାହ୍ନ ଭୋଜନ କଲୁ, ଯେହେତୁ ଗୋଆ ବିଜେପି ଶାସିତ ରାଜ୍ୟ, ସେଥିପାଇଁ ଉତ୍ସବରେ ମୁଁ ଗୋମାଂସ ଖାଇବାର ନିଷ୍ପତ୍ତି ନେଲି ।”

ଏହି ପୋଷ୍ଟ ପରେ ରାମଚନ୍ଦ୍ର ଗୁହା ବିବାଦରେ ଫସିଯାଇଛନ୍ତି । ବିଜେପିର ପୂର୍ବ ସାଂସଦ ବଲବୀର ପୁଞ୍ଜ ଏହି ଫଟୋ ଉପରେ ଆପତ୍ତି ଜଣାଇଛନ୍ତିି । ବଲବୀର ଟ୍ୱିଟ୍ କରିଛନ୍ତି କି, ‘ଆପଣ ଗୋମାଂସ ଖାଇ ଏବଂ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଭୋଜନର ଆନନ୍ଦ ଉଠାଇପାରୁ ନାହାଁନ୍ତି , ଆପଣ ଜାଣିଶୁଣି ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସକୁ ଉପହାସ କରୁଛନ୍ତି । ଏହା ଆପଣଙ୍କୁ ଶୋଭା ଦିଏ । ଏହା ଦେଖିବା ମୁସ୍କିଲ ନୁହେଁ କି ଆପଣଙ୍କ ‘ଧର୍ମ ନିରପେକ୍ଷ’ ମାନସିକତା ଆପଣଙ୍କୁ କେମିତି ସମ୍ବେଦନହୀନ ମଣିଷରେ ପରିଣତ କରିଦେଇଛି ।”

publive-image

ବିଜେପି ସିଦ୍ଧାନ୍ତୈକ ଭାବେ ଗୋମାଂସର ବିରୋଧ କରେ । ବିଜେପି ଶାସିତ ରାଜ୍ୟରେ ଗୋମାଂସକୁ  ନିଷେଧ କରାଯାଇସାରିଛି ଏବଂ ଗୋଆରେ ବି ବିଜେପିର ସରକାର ଅଛି । ଏହି ରାଜ୍ୟରେ ଏହି ଖାଦ୍ୟକୁ ନେଇ କୌଣସି ପ୍ରକାରର କଟକଣା ନାହିଁ ।

ଇତିହାସକାର ରାମଚନ୍ଦ୍ର ଗୁହା କେତେକ ମାମଲାରେ ନିର୍ଭୀକ ରାୟ ରଖନ୍ତି ଏବଂ ସରକାରଙ୍କ ନୀତିର ପ୍ରଖର ସମାଲୋଚକ କୁହାଯାଏ । ଏହି କାରଣରୁ ତାଙ୍କୁ ଅନେକ ପ୍ରକାରର ବିରୋଧର ସାମନା କରିବାକୁ ପଡେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe