Image Source: Prime Times
ନୂଆଦିଲ୍ଲୀ: ସୋମବାର ଦିନ ରାଜ୍ୟସଭାର ଐତିହାସିକ ୨୫୦ତମ ଅଧିବେଶନ ଉପଲକ୍ଷେ ରବିବାର ଦିନ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ରାଜ୍ୟସଭାର ପ୍ରଥମ ଅଧିବେଶନ ମେ ୧୯୫୨ରୁ ଆରମ୍ଭ କରି ଏଯାବତ୍ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ରହିଛି।
ସ୍ଥାପନା ଠାରୁ ରାଜ୍ୟସଭା ସମ୍ପାଦନ କରିଥିବା କାର୍ଯ୍ୟପାଳିକା କାର୍ଯ୍ୟଗୁଡ଼ିକୁ ଏକତ୍ରିକରଣ ଓ ବିଶ୍ଳେଷଣ କରିବାରେ ରାଜ୍ୟସଭା ସଚିବାଳୟ ଏହା ପ୍ରଥମ ଉଦ୍ୟମ। ପ୍ରଥମ ଅଧିବେଶନରୁ ଆରମ୍ଭ କରି ୨୪୯ତମ ଅଧିବେଶନଯାଏଁ ରାଜ୍ୟସଭା ୩, ୮୧୭ଟି ବିଲ୍ ପାସ୍ କରିଛି। ବିଭିନ୍ନ ସମୟରେ ଲୋକସଭା ଭାଙ୍ଗିଥିବାରୁ ସେଥିରୁ ୬୦ଟି ବିଲ୍ ବିଫଳ ହୋଇଛି। ରାଜ୍ୟସଭା ଦ୍ୱାରା ୬୩ଟି ବିଲ୍ ମଞ୍ଜୁର ହୋଇଥିବା କଥା ବିଚାର କରାଯାଉଥିବା ବେଳେ ଏହାଦ୍ୱାରା ଅନୁମୋଦିତ ଆଉ ଦୁଇଟି ବିଲ୍ ଲୋକସଭାବେ ଆଗତ ହୋଇନାହିଁ। ୧୯୫୨ ମସିହାରୁ ହୋଇଥିବା ସାଧାରଣ ନିର୍ବାଚନ ପର ଠାରୁ ପାର୍ଲାମେଣ୍ଟ୍ ସମୁଦାୟ ୩, ୮୧୮ଟି ଆଇନ୍ ପ୍ରଣୟନ କରିସାରିଲାଣି।
 Image Source: Hindustan Times୨୯ଟି ପରିଚ୍ଛେଦ ଥିବା ୧୧୮ ପୃଷ୍ଠାସମ୍ବଳିତ ଏହି ପ୍ରକାଶନ ରାଜ୍ୟସଭାର ଇତିହାସ ଏବଂ ସାମାଜିକ ପରିବର୍ତ୍ତନ, ଅର୍ଥନୈତିକ ରୂପାନ୍ତର, ଶିଳ୍ପ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପରିବେଶ ଓ ଜାତୀୟ ନିରାପତ୍ତା ଆଦିକୁ ରୂପ ଦେବାରେ ତା’ର ଭୂମିକା ବିଷୟରେ ସୂଚନା ଦେବ।
  
 Follow Us