ଐତିହାସିକ ବୁଝାମଣା

Advertisment
ଐତିହାସିକ ବୁଝାମଣା

ସିଙ୍ଗାପୁର: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ଐତିହାସିକ ଶିଖର ବୈଠକ ବିଶ୍ୱ ଶାନ୍ତି କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି ଐତିହାସିକ ବୁଝାମଣାରେ କ’ଣ ଥିଲା ତାହାକୁ ନେଇ ସାରା ବିଶ୍ୱର ନଜର ରହିଛି। ଏହି ଚୁକ୍ତିରେ କିଛି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ, କିଭଳି ଭାବେ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବ ସେନେଇ କୌଣସି ବିସ୍ତତ ବିବରଣୀ ପ୍ରଦାନ କରାଯାଇନାହିଁ। ଆଗକୁ ଦୁଇ ନେତାଙ୍କ ମଧ୍ୟରେ ଏନେଇ ଆଲୋଚନା ହେବ କି ନାହିଁ ନାହିଁ ତାହା ଚୁକ୍ତି ପତ୍ରରେ ଉଲ୍ଳେଖ ନଥିଲେ ମଧ୍ୟ ଶାନ୍ତି ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ହୋଇଛି।
୧.ଶାନ୍ତି ଓ ସାର୍ବଭୌମତ୍ୱ ପାଇଁ ଆମେରିକା ଓ ଉତ୍ତରକୋରିଆ ମଧ୍ୟରେ ନୂତନ ସମ୍ପର୍କ ଗଢ଼ି ତୋଳିବା ପାଇଁ ଦୁଇ ନେତା ଲିଖିତ ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି।
୨.କୋରିଆ ଉପଦ୍ୱୀପ ଅଞ୍ଚଳରେ ଶାନ୍ତି ଓ ସ୍ଥିରତାର ବାତାବରଣ ସୃଷ୍ଟି କରିବା ପାଇଁ ଦୁଇ ଦେଶ ମିଳିତ ଭାବେ ପ୍ରଚେଷ୍ଟା କରିବେ।
୩. ଚଳିତବର୍ଷ ଏପ୍ରିଲ ୨୭ ତାରିଖରେ ହୋଇଥିବା ପନମୁନଜମ୍‌ ଘୋଷଣାନାମା ମୁତାବକ, କୋରିଆ ଉପଦ୍ୱୀପକୁ ଉତ୍ତରକୋରିଆ ସମ୍ପୂର୍ଣ୍ଣ ପରମାଣୁ ଅସ୍ତ୍ର ମୁକ୍ତ କରିବ।
୪.ଉତ୍ତରକୋରିଆର ସୁରକ୍ଷା ପାଇଁ ଆମେରିକା ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ।
୫.ଉଭୟ ଦେଶରେ ବନ୍ଦୀ ଥିବା କଏଦୀମାନଙ୍କୁ ମୁକ୍ତ କରାଯିବା ପରେ ସେମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe