ଭାରତର ଗୁକେଶ ହେଲେ ସର୍ବକନିଷ୍ଠ ବିଶ୍ବ ଚେସ୍ ଚାମ୍ପିଅନ୍

ବିଶ୍ୱ ଚେସ୍ ଚାମ୍ପିୟନଶିପର ୧୪ତମ ତଥା ଅନ୍ତିମ ରାଉଣ୍ଡରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଗୁରୁବାର ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ସେ ଲିରେନ୍ ଙ୍କୁ ପରାସ୍ତ କରି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍ତି।

chess

ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚାମ୍ପିୟନଶିପର ୧୪ତମ ତଥା ଅନ୍ତିମ ରାଉଣ୍ଡରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଗୁରୁବାର ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ସେ ଲିରେନ୍ ଙ୍କୁ ପରାସ୍ତ କରି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍ତି। ମାତ୍ର ୧୮ ବର୍ଷ ବୟସରେ ସେ ଇତିହାସ ରଚିଛନ୍ତି। ଖେଳ ୬.୫ ପଏଣ୍ଟ ସହ ଆରମ୍ଭ ହୋଇଥିଲା। ଫାଇନାଲ ମ୍ୟାଚ୍ ମଧ୍ୟ ଡ୍ର ଆଡ଼କୁ ଅଗ୍ରସର ହେଉଥିବା ବେଳେ ଲିରେନଙ୍କ ଏକ ଭୁଲ୍ ତାଙ୍କ ପାଇଁ ଭାରି ପଡ଼ିଥିଲା ଏବଂ ଗୁକେଶଙ୍କୁ ବିଜୟ ଦେଇଥିଲା। ୧୨ ବର୍ଷ ପରେ ଜଣେ ଭାରତୀୟ ଏହି ଟାଇଟଲକୁ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି ।

ଗୁକେଶଙ୍କ ପୂର୍ବରୁ ବିଶ୍ୱନାଥନ ଆନନ୍ଦ ୨୦୧୨ରେ ଭାରତ ପାଇଁ ଖେଳି ଟାଇଟଲ ଜିତିଥିଲେ। ଚଳିତ ବର୍ଷ ଗୁକେଶଙ୍କ ପାଇଁ ସ୍ମରଣୀୟ ହୋଇଛି। ସେ ୨୦୨୪ରେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଏବଂ ଚେସ୍ ଅଲିମ୍ପିଆଡ୍ ରେ ଭାଗ ନେଇଥିଲେ। ଏଥିରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଚେସ୍ ଦୁନିଆର ନୂଆ ତାରକା ଗୁକେଶ ନିଜ କ୍ୟାରିୟରରେ ଅନେକ ଥର ବିଶ୍ୱକୁ ଚକିତ କରିଛନ୍ତି। ଏହି କମ୍ ବୟସରେ ସେ ଅନେକ ରେକର୍ଡ କରିଛନ୍ତି। ସେ ୧୨ ବର୍ଷ, ୭ ମାସ, ୧୭ ଦିନ ବୟସରେ ଭାରତର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲେ । କିନ୍ତୁ ମାତ୍ର ୧୭ ଦିନ ପାଇଁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇବାର ରେକର୍ଡ ହାତଛଡ଼ା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe