ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିରାଟ ବିସ୍ଫୋରଣ ପରେ ଦୋହଲି ଯାଇଛି ଦିଲ୍ଲୀ । ରାଜଧାନୀ ଛାତିରେ ବିସ୍ଫୋରଣ ପରେ ସବୁଠି ଆତଙ୍କ ଖେଳିଯାଇଥିବା ବେଳେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଓଡିଶାରେ ହାଇ ଆଲର୍ଟ ଜାରି କରାଯାଇଛି । ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି । ତେବେ କାହିଁକି ହେଲା ବିସ୍ଫୋରଣ ?  ବିସ୍ଫୋରଣ  ପଛର କାରଣ କଣ ? ବୋଲି ତନାଘନା ହେଉଥିବା ବେଳେ ଦିଲ୍ଲୀର ବିସ୍ଫୋରଣକୁ ନେଇ ଚର୍ଚ୍ଚା ସବୁଠି ଚାଲିଛି । ତେବେ ୟାରି ଭିତରେ ପୂର୍ବରୁ କେବେ ଭାରତର ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ ହୋଇଛି ? ଇତିହାସର ପୃଷ୍ଠା ଓଲଟାଚାଲିଛି । ତେବେ ଆସନ୍ତୁ ଜାଣିବା 

Advertisment

ଆହୁରି ପଢନ୍ତୁ- Delhi Red Fort Explosion: ଧିରେ ଧିରେ ଆସି ଟ୍ରାଫିକରେ ଅଟକିଲା… ତାପରେ ବିରାଟ ବିସ୍ଫୋରଣ ଘଟିଲା, ହସ୍ପିଟାଲ ଅଭିମୁଖେ ଶାହ

ପୂର୍ବରୁ କେତେ ଥର ଦୋହଲିଛି ଦିଲ୍ଲୀ…?

-୨୯ ଅକ୍ଟୋବର ୨୦୦୫ : ନୂଆଦିଲ୍ଲୀ ରେଳ ଷ୍ଟେସନ, ଗୋବିନ୍ଦପୁରୀ ଏବଂ ସରୋଜିନୀ ମାର୍କେଟରେ ତିନୋଟି ବିସ୍ଫୋରଣ, ୬୨ ଜଣଙ୍କର ମୃତ୍ୟୁ ଏବଂ ୨୧୦ ଜଣ ଆହତ ହୋଇଥିଲେ
-୧୪ ଏପ୍ରିଲ୍ ୨୦୦୬ :  ଜାମା ମସଜିଦ ଭିତରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୪ ଜଣ ଆହତ ହୋଇଥିଲେ
-୧୩ ସେପ୍ଟେମ୍ବର ୨୦୦୮ : ଦିଲ୍ଲୀରେ ପାଞ୍ଚଟି ବୋମା ବିସ୍ଫୋରଣ, ୨୫ ଜଣଙ୍କ ମୃତ୍ୟୁ, ୧୦୦ ରୁ ଅଧିକ ଆହତ ହୋଇଥିଲେ
-୨୭ ସେପ୍ଟେମ୍ବର ୨୦୦୮ : ଦିଲ୍ଲୀର ମେହରୌଲି ଫୁଲ ବଜାରରେ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୧୫ ଆହତ ହୋଇଥିଲେ
-୧୯ ସେପ୍ଟେମ୍ବର , ୨୦୧୦ : ଜାମା ମସଜିଦ (ଦିଲ୍ଲୀ)ରେ ଗୁଳିଚାଳନା ଏବଂ ବିସ୍ଫୋରଣ, ୨ ଜଣ ଆହତ ହୋଇଥିଲେ
-୭ ସେପ୍ଟେମ୍ବର ୨୦୧୧ : ଦିଲ୍ଲୀ ହାଇକୋର୍ଟରେ ବିସ୍ଫୋରଣ, ୧୧ ଜଣଙ୍କ ମୃତ୍ୟୁ, ୬୪ ଜଣ ଆହତ ହୋଇଥିଲେ
ଆଉ ଏବେ ୧୦ ନଭେମ୍ବର, ୨୦୨୫ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାନବାହାନ ଏବଂ ନିକଟବର୍ତ୍ତୀ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା ।

ଆହୁରି ପଢନ୍ତୁ- High Alert At Puri: ଦିଲ୍ଲୀରେ ବିସ୍ଫୋରଣ: ଶ୍ରୀକ୍ଷେତ୍ର ସହିତ ସାରା ରାଜ୍ୟରେ ହାଇଆଲର୍ଟ