Advertisment

୨୬ ବର୍ଷ ପରେ ଇତିହାସର ପୁନରାବୃତ୍ତି: ସାହିବ ସିଂଙ୍କ ଭଳି କେଜ୍ରିୱାଲଙ୍କ ଇସ୍ତଫା

Advertisment

ଦିଲ୍ଲୀରେ ପୁଣି ୨୬ ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିଛି। ୧୯୯୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କୁ ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେବାକୁ ପଡିଥିଲା। ବର୍ତ୍ତମାନ କେଜ୍ରିୱାଲ ମଧ୍ୟ ସମାନ କାର୍ଯ୍ୟ କରିବାକୁ ଯାଉଛନ୍ତି...

Updated On

ଦିଲ୍ଲୀରେ ପୁଣି ୨୬ ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିଛି। ୧୯୯୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କୁ ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେବାକୁ ପଡିଥିଲା। ବର୍ତ୍ତମାନ କେଜ୍ରିୱାଲ ମଧ୍ୟ ସମାନ କାର୍ଯ୍ୟ କରିବାକୁ ଯାଉଛନ୍ତି...

ଅଦ୍ୟତନ ହୋଇଛି
kj-ssv

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୀତି ପୁଣି ଥରେ ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ୨୬ ବର୍ଷ ପୁରୁଣା ଇତିହାସର ପୁଣିଥରେ ଦିଲ୍ଲୀରେ ପୁନରାବୃତ୍ତି ହେବାକୁ ଯାଉଛି। ୧୯୯୮ରେ ଦୁର୍ନୀତି ଅଭିଯୋଗରେ ସାହିବ ସିଂ ବର୍ମାଙ୍କ ଇସ୍ତଫା ପରେ ସୁଷମା ସ୍ୱରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବର୍ତ୍ତମାନ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ରାଜଧାନୀରେ ପୁଣିଥରେ ଏଭଳି ଘଟଣା ଘଟିବାକୁ ଯାଉଛି। ବାସ୍ତବରେ, ଏକ୍ସାଇଜ୍ ପଲିସି ସ୍କାମରେ ଧରାପଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

ପ୍ରାୟ ସାଢ଼େ ପାଞ୍ଚ ମାସ ଧରି ଜେଲରେ ରହିବା ପରେ କେଜ୍ରିୱାଲ ଗତ ସପ୍ତାହରେ ତିହାରରୁ ବାହାରିଥିଲେ। ସେ ଜେଲରୁ ବାହାରିବା ମାତ୍ରେ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ଖେଳି ଇସ୍ତଫା ଘୋଷଣା କରିଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଦିଲ୍ଲୀରେ ଦୁର୍ନୀତି ଯୋଗୁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡୁଛି। ଏହାପୂର୍ବରୁ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି।

୧୯୯୬ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ମଦନ ଲାଲ ଖୁରାନାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ସେତେବେଳେ ମଦନ ଲାଲ ଖୁରାନା ଏବଂ ତତ୍କାଳୀନ ବିଜେପି ସଭାପତି ଲାଲ କୃଷ୍ଣ ଆଡଭାନୀ ଜୈନ ଡାଏରୀ ମାମଲା ବା ହାୱାଲା ସ୍କାମରେ ଜଡିତ ଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ବିଜେପିକୁ କୋଣଠେସା କରିଥିଲା।

ଏହା ପରେ, ଜାନୁଆରୀ ୧୯୯୬ରେ, ଏଲ.କେ ଆଡଭାନୀ ବିଜେପି ସଭାପତି ପଦ ଛାଡିଥିଲେ। ଏହା ପରେ ମଦନ ଲାଲ ଖୁରାନା ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ପରେ ସାହିବ ସିଂ ବର୍ମା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ଏହି ପଦବୀରେ ଦୁଇ ବର୍ଷ ରହିଥିଲେ। ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ପିଆଜ ଦରବୃଦ୍ଧି ଯୋଗୁ ତାଙ୍କୁ ମଧ୍ୟ  ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ସାହେବ ସିଂ ବର୍ମାଙ୍କ ଇସ୍ତଫା ପରେ ସୁଷମା ସ୍ୱରାଜ ୧୯୯୮ ମସିହାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ, ଯିଏକି ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ସେ କେବଳ ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ। କାରଣ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ପରାଜିତ ହୋଇଥିଲା।

୧୯୯୩ରେ ବିଜେପି ୪୯ଟି ସିଟ୍ ଜିତିଥିବା ବେଳେ ୧୯୯୮ରେ ବିଜେପି କେବଳ ୧୫ ଟି ସିଟ୍ ମଧ୍ୟରେ ସୀମିତ ରହିଥିଲା। ୧୯୯୩ରେ କଂଗ୍ରେସ ଦିଲ୍ଲୀରେ ୧୪ଟି ସିଟ୍ ଜିତିଥିବା ବେଳେ ୧୯୯୮ରେ କଂଗ୍ରେସ ୫୨ ଟି ସିଟ୍ ଜିତିଥିଲା। ଏହା ପରେ ବିଜେପି ଦିଲ୍ଲୀରେ ଆଉ କ୍ଷମତାକୁ ଫେରିପାରି ନ ଥିଲା।

ଏବେ ୨୬ ବର୍ଷ ପରେ ପୁଣି ଥରେ ଦିଲ୍ଲୀରେ ଏଭଳି ପରିସ୍ଥିତି ଉପୁଜିଛି । କାରଣ ଶାସକ ଆମ୍ ଆଦମୀ ପାର୍ଟି ଏବଂ ସିଏମ୍ କେଜ୍ରିୱାଲ  ମଦ ଦୁର୍ନୀତିରେ ଜଡିତ ଅଛନ୍ତି। ଏହା ଯୋଗୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ଅନ୍ୟ ବଡ ନେତାମାନଙ୍କୁ ଜେଲ ଯିବାକୁ ପଡିଛି। କେଜ୍ରିୱାଲଙ୍କ ସମେତ ଏହି ବଡ଼ ନେତାମାନେ ଜେଲରୁ ବାହାରିଛନ୍ତି, କିନ୍ତୁ ଦୁର୍ନୀତି ଅଭିଯୋଗରେ ଏପର୍ଯ୍ୟନ୍ତ ନିର୍ଦ୍ଦୋଷରେ ଖଲାସ ହୋଇନାହାନ୍ତି।

ଜଳ ସଙ୍କଟ, ପରିଷ୍କାର ପରିଚ୍ଛନ୍ନତା ଏବଂ ବିକାଶମୂଳକ କାର୍ଯ୍ୟ ବନ୍ଦ ଯୋଗୁ ଦିଲ୍ଲୀର ଲୋକମାନେ ମଧ୍ୟ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେଜ୍ରିୱାଲ ସରକାର ଏହି ସବୁ ଆହ୍ବାନ ସହ ସଂଘର୍ଷ କରୁଛନ୍ତି। ଏହା ସହିତ, ତାଙ୍କୁ ମଧ୍ୟ ନିଜର ଭାବମୂର୍ତ୍ତିକୁ ବଜାୟ ରଖିବାକୁ ଉଦ୍ୟମ କରିବାକୁ ପଡୁଛି।

ଅଧିକ ପଢ଼ନ୍ତୁ:କେଜ୍ରିୱାଲଙ୍କ ନିଷ୍ପତ୍ତି: ଘେରିଲେ ବିଜେପି-କଂଗ୍ରେସ

କିନ୍ତୁ ଜାମିନ ସର୍ତ୍ତ ଥିବାରୁ ସିଏମ କେଜ୍ରିୱାଲଙ୍କ ହାତ ବନ୍ଧା ହୋଇଯାଇଛି। ଏଭଳି ସଙ୍କଟରେ ଦଳ ପାଇଁ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ଖେଳିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବାକି ନାହିଁ। ଏହି କାରଣରୁ କେଜ୍ରିୱାଲଙ୍କ ସିଏମ୍ ପଦ ଛାଡିବାକୁ ଘୋଷଣା ନିର୍ବାଚନ ରଣନୀତି ସହିତ ଜଡିତ ଅଛି। ଏବେ ଦେଖିବାକୁ ବାକି ରହିଲା କେଜ୍ରିୱାଲଙ୍କ ଏହି ପଦକ୍ଷେପ କେତେ ସଫଳ, ନିର୍ବାଚନ ଫଳାଫଳ ପରେ ହିଁ ଏହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ:ଇସ୍ତଫାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ କେଜ୍ରିୱାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe