Image Courtesy of Zee News
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ସମ୍ରାଟ ମିହିର ଭୋଜଙ୍କ ବଂଶଜ ରାଜପୁତ ଏବଂ ଗୁର୍ଜରମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗତିରୋଧ ଲଗାତାର ଜାରି ରହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦାଦରୀ ବିଧାନସଭାର ଲୋକାର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଲେ, ରାଜା ମିହିର ଭୋଜ ନବମ ଶତାବ୍ଦୀର ଜଣେ ମହାନ୍ ଧର୍ମରକ୍ଷକ ଥିଲେ। ସେ ବିଦେଶୀ ଆକ୍ରାମଣକାରୀଙ୍କଠାରୁ ଛକ୍କା ଛଡ଼ାଇ ନେଇଥିଲେ। ଇତିହାସରୁ ଜଣାଯାଏ, ସମ୍ରାଟ ଭୋଜଙ୍କ ଶାସନର ୧୫୦ ବର୍ଷ ପରେ ବି କୌଣସି ବିଦେଶୀ ଆକ୍ରମଣକାରୀ ଆଖି ଉଠାଇ ଅନାଇବାକୁ ବି ସାହସ କରିନଥିଲେ। ଏହି ସୁରକ୍ଷାର ମୂଲ୍ୟ ରାଜା ମିହିର ଭୋଜ ଦେଇଥିଲେ। ସେ ଥିଲେ ଶିବଭକ୍ତ। ଇତିହାସ ପଢ଼ନ୍ତୁ। ପାନିପତ ଯୁଦ୍ଧ ସମ୍ପର୍କରେ ପଢ଼ନ୍ତୁ। ସେ ସମୟରେ ଭାରତୀୟ ସେନା ସଂଗଠିତ ହୋଇ ନଥିବା କାରଣରୁ ବିଦେଶୀ ଆକ୍ରମଣକାରୀ ଧସେଇ ପଶିଲେ। ସମ୍ରାଟ ଭୋଜଙ୍କୁ କୋଟି ପ୍ରଣାମ। ତାଙ୍କ ବଳିଦାନକୁ ଭୁଲିବାର ନୁହେଁ। ଯେଉଁ ଜାତି ନିଜର ଇତିହାସ ଏବଂ ପରମ୍ପରାକୁ ଭୁଲି ଯାଏ, ସେ ନିଜ ଭୂଗୋଳର ରକ୍ଷା କରିପାରେ ନାହିଁ।
Follow Us