ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଇତିହାସକୁ ଦୋହରା ଯିବ। ୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଭାରତ ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲା । ଏହି ଦିନ ଦକ୍ଷିଣ ପୂର୍ବ ଏସିଆର ପ୍ରବୀଣ ନେତା ଓ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି କର୍ଣ୍ଣେଲ୍ ସୁକର୍ଣ୍ଣୋଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।
/sambad/media/post_attachments/wp-content/uploads/2018/01/Joko_Widodo_2014_official_portrait-239x300.jpg)
ସ୍ୱାଧୀନତାର ୬୮ବର୍ଷ ପରେ ଭାରତ ପୁଣି ଥରେ ଇତିହାସକୁ ଦୋହରାଇ ଇଣ୍ଡୋନେସିଆର ବର୍ତ୍ତମାନର ରାଷ୍ଟ୍ରପତି ଜୋକୋ ବିଦୋଦୋଙ୍କୁ ଗଣତନ୍ତ୍ର ଦିବସରେ ନିମନ୍ତ୍ରଣ କରିଛି । ଚଳିତବର୍ଷ ଗଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ଆସିୟାନ୍ ରାଷ୍ଟ୍ରର ନଅଜଣ ଅନ୍ୟ ରାଷ୍ଟ୍ରାଧ୍ୟକ୍ଷ୍ୟଙ୍କୁ ଐତିହାସିକ ଉତ୍ସବରେ ଆମନ୍ତ୍ରଣ କରାଯାଇଛି ।
/sambad/media/post_attachments/wp-content/uploads/2018/01/pm-modi-launch-story-647_092517055527-300x187.jpg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଆକ୍ଟ ଇଷ୍ଟ ନୀତିର ପାଳନ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ଏସିୟ ଦେଶର ସଙ୍ଗଠନ ଆସିୟାନ୍ର ୧୦ଟି ଦେଶର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ୨୦୧୮ ଜାନୁଆରି ୨୬ ବିଶେଷ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ।
Follow Us