ଝିଅର ନିର୍ବନ୍ଧ ଦିନ ତିନୋଟି ଟ୍ରକ ଧକ୍କାରେ ଉଡ଼ିଗଲା ବାପାଙ୍କ ପ୍ରାଣବାୟୁ

Advertisment

ଗ୍ୱାଲିୟରର ଜନକଗଞ୍ଜ ଥାନା ଅଞ୍ଚଳର ଏବି ଲକ୍ଷ୍ମୀଗଞ୍ଜ କଲଭର୍ଟ ନିକଟରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି। ଝିଅର ନିର୍ବନ୍ଧ ଦିନ ତିନୋଟି ଟ୍ରକ ଧକ୍କାରେ ଉଡ଼ିଗଲା ବାପାଙ୍କ ପ୍ରାଣବାୟୁ

ଗ୍ୱାଲିୟରର ଜନକଗଞ୍ଜ ଥାନା ଅଞ୍ଚଳର ଏବି ଲକ୍ଷ୍ମୀଗଞ୍ଜ କଲଭର୍ଟ ନିକଟରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି। ଝିଅର ନିର୍ବନ୍ଧ ଦିନ ତିନୋଟି ଟ୍ରକ ଧକ୍କାରେ ଉଡ଼ିଗଲା ବାପାଙ୍କ ପ୍ରାଣବାୟୁ

New Project (1)

ନୂଆଦିଲ୍ଲୀ: ଗ୍ୱାଲିୟରର ଜନକଗଞ୍ଜ ଥାନା ଅଞ୍ଚଳର ଏବି ଲକ୍ଷ୍ମୀଗଞ୍ଜ କଲଭର୍ଟ ନିକଟରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି। ଝିଅର ନିର୍ବନ୍ଧ ଦିନ ବାପା ବଜାର କରିବା ପାଇଁ ଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ଏପରି ଭାବେ ତାଙ୍କୁ ଧକ୍କା ଦେଇଥିଲା ତିନୋଟି ଟ୍ରକ। 

ଏହି ଦୁର୍ଘଟଣାରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇପଡ଼ିଥିଲେ। ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତକଙ୍କ ନାମ ଦେବେନ୍ଦ୍ର ଜାଟଭ। ଝିଅର ନିର୍ବନ୍ଧ ଦିନ ଝିପିଝିପି ବର୍ଷାରେ ବଜାର କରିବା ପାଇଁ ସେ ବାହାରି ଯାଇଥିଲେ। ଏହି ସମୟରେ କୌଣସି କାରଣବଶତଃ ଦେବେନ୍ଦ୍ର ରାସ୍ତାରେ ପଡ଼ିଯାଇଥିଲେ। ଫଳରେ ତାଙ୍କ ପଛପାର୍ଶ୍ବରୁ ଦ୍ରୁତଗତିରେ ଆସୁଥିବା  ତିନୋଟି ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।  

ଦେବେନ୍ଦ୍ର ପେଶାରେ ରଙ୍ଗ-ପୁଟି ଠିକା କାମ କରୁଥିଲେ। ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଦେବେନ୍ଦ୍ରଙ୍କ ମୃତ୍ୟୁ ଦିନ ହିଁ ବଡ଼ ଝିଅର ନିର୍ବନ୍ଧ ହେବାର ଥିଲା। ଏପରି ଖୁସିର ସମୟରେ ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡି ପଡ଼ିଥିଲା।

ଏସ୍ପି ମନୀଷ ଯାଦବ ଏହି ଲୋମଟାଙ୍କୁରା ଦୁର୍ଘଟଣାକୁ ନେଇ କହିଛନ୍ତି, ‘ ଘଟଣାସ୍ଥଳ ନିକଟରେ ଥିବା ଏକ ଦୋକାନର ସିସିଟିଭି କ୍ୟାମେରାରେ ଏହି ଦୁର୍ଘଟଣା ରେକର୍ଡ ହୋଇଛି। ଏହି ଫୁଟେଜରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଦେବେନ୍ଦ୍ରଙ୍କ ଉପରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ତିନୋଟି ଟ୍ରକ୍ ଧକ୍କା ଦେଇ ଚଢ଼ି ଚାଲି ଯାଇଥିଲା।

ସିସିଟିଭି ଫୁଟେଜ ଆଧାରରେ ଟ୍ରକଗୁଡ଼ିକୁ ଚିହ୍ନଟ କରାଯାଉଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲାର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe