ଏଚ୍‌ଆଇଭି ଆକ୍ରାନ୍ତ ମହିଳା ବୁଡ଼ିଯିବାରୁ, ହ୍ରଦ ଶୁଖାଇଦେଲେ ଗ୍ରାମବାସୀ

Advertisment
ଏଚ୍‌ଆଇଭି ଆକ୍ରାନ୍ତ ମହିଳା ବୁଡ଼ିଯିବାରୁ, ହ୍ରଦ ଶୁଖାଇଦେଲେ ଗ୍ରାମବାସୀ

ବେଙ୍ଗାଲୁରୁ: ଏଚ୍‌ଆଇଭିକୁ ନେଇ ଯେତେ ସଚେତନତା ସୃଷ୍ଟି ହେଉଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପଡ଼ୁନି। ଏଚ୍‌ଆଇଭି ଆକ୍ରାନ୍ତ ରୋଗୀଙ୍କୁ ଏବେ ବି ସାମାଜିକ ଭାବେ ବାସନ୍ଦ କରାଯାଉଛି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉନି। ଏପରିକି ଗ୍ରାମରେ ଥିବା ଜଳଭଣ୍ଡାର ଗୁଡ଼ିକରୁ ମଧ୍ୟ ସେମାନଙ୍କୁ ଜଳ ଗ୍ରହଣ କରିବାକୁ ବାରଣ କରାଯାଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ମୋରାବ୍‌ରେ। ହୁବେଳିଠାରୁ ୩୦ କିମି ଦୂର ଏହି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜଣେ ଏଚ୍‌ଆଇଭି ଆକ୍ରାନ୍ତ ମହିଳା ଏକ ହ୍ରଦ‌ରେ ଡେଇଁପଡ଼ି ଆତ୍ମହତ୍ୟା କରିଦେବାରୁ ଗ୍ରାମବାସୀ ଉକ୍ତ ହ୍ରଦର ପାଣି ଗ୍ରହଣ କରିବାକୁ ନାରାଜ୍‌। ୩୬ ଏକର ପରିବ୍ୟାପ୍ତ ଏହି ହ୍ରଦର ନାମ ମୋରାବ୍‌। ନାବାଲଗୁଣ୍ଡ ତାଲୁକ୍‌ରେ ଏହା ସବୁଠାରୁ ବଡ଼ ହ୍ରଦ। ଲୋକମାନଙ୍କ ପାଇଁ ଏହା ଏକମାତ୍ର ପାନୀୟ ଜଳ ଉତ୍ସ।

ଏଚ୍‌ଆଇଭି ଜଳଦ୍ବାରା ବ୍ୟାପେନି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷମାନେ ଗ୍ରାମବାସୀଙ୍କୁ ଯେତେ ବୁଝାଇଲେ ସୁଦ୍ଧା ଗ୍ରାମବାସୀ ବୁ୍ଝିଲେନି। ହ୍ରଦ ଶୁଖାଯିବ ବୋଲି ଅଡ଼ି ବସିଲେ। ଗ୍ରାମ ଠାରୁ ୩ କିମି ଦୂର ମାଲାପ୍ରଭା କେନାଲ୍‌ରୁ ଗ୍ରାମବାସୀ ପାଣି ପାଇଁ ଯିବାରୁ ଏବେ ପ୍ରଶାସନ ପକ୍ଷରୁ ହ୍ରଦ ଶୁଖାଇବା କାର୍ଯ୍ୟ ଆରମ୍ଭ ହୋଇଛି। ମାଲାପ୍ରଭା କେନାଲ୍‌ରୁ ଜଳ ଏବେ ଏହି ହ୍ରଦରେ ଭର୍ତ୍ତି କରାଯିବ। ନଭେମ୍ବର ୨୯ ତାରିଖରେ ହ୍ରଦରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe